ନୂଆଦିଲ୍ଲୀ (ଆମ ଟିଭି): ଏଣିକ ଶିକ୍ଷା ପଦ୍ଧତିରେ ହେବ ବଡ଼ ପରିବର୍ତ୍ତନ । ନ୍ୟାସନାଲ କରିକୁଲମ ଫ୍ରେମୱର୍କ (ଏନସିଏଫ)ର ମସୁଦାରେ ପରାମର୍ଶ ଦିଆଯାଇଛି ଯେ ଛାତ୍ରଛାତ୍ରୀମାନେ ସପ୍ତାହରେ କେବଳ ସାଢେ ୫ଦିନ ସ୍କୁଲରେ ପାଠ ପଢ଼ିବେ ଏବଂ ପ୍ରତି ଶନିବାର ହାଫ୍ ଡେ ହେବା ଆବଶ୍ୟକ । ଏହିଭଳି ପ୍ରତି ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ମୋଟ ୨୯ ଘଣ୍ଟା କ୍ଲାସରେ ପାଠ ପଢ଼ିବାକୁ ହେବ । ଏଥିରେ ଏହା ମଧ୍ୟ ସୁପାରିଶ କରାଯାଇଛି ଯେ ପ୍ରାରମ୍ଭିକ ଏବଂ ମାଧ୍ୟମକ ବିଦ୍ୟାଳୟ ପାଇଁ କ୍ଲାସର ସମୟ ୪୦ ମିନିଟ ଏବଂ କ୍ଲାସ ୯ରୁ ଆଗକୁ ୫୦ ମିନିଟ ହେଉ । ୨୦୦୫ରେ ଜାରି ଗତ ଏନସିଏଫ ସ୍କୁଲଗୁଡ଼ିକୁ ସ୍କୁଲର ଦିନ ଏବଂ ଶିକ୍ଷା ବର୍ଷର ଟାଇମଟେବୁଲ ବନାଇବାରେ ବହୁତ ସ୍ୱାଧିନତା ଦେଇଥିଲା ।
ତାହା କେବଳ ଏହି କଥା ଉପରେ ଜୋର ଦେଇଥିଲା ଯେ ସ୍କୁଲର ଦିନ ଅତିକମରେ ଛଅ ଘଣ୍ଟା ହେଉ ଏବଂ ପ୍ରତି କ୍ଲାସର ସମୟ ଅତିକମରେ ୪୫ ମିନିଟ ହେଉ । ଏହା ବୀପରିତ ଏନସିଏଫର ନୂଆ ମସୁଦା ସ୍କୁଲର ଦିନ ଏବଂ ଶିକ୍ଷା ବର୍ଷ ପାଇଁ ଏକ ସ୍ୱତନ୍ତ୍ର ରୂପରେଖ ଯୋଗାଇ ଦେଇଛି । ଏହି ଦଲିଲ ଏବେ ଲୋକଙ୍କ ପ୍ରତିକ୍ରିୟା ପାଇଁ ସାର୍ବଜନୀନ କରିଦିଆଯାଇଛି । ଏଥିରେ ପରାମର୍ଶ ଦିଆଯାଇଛି ଯେ ଶିକ୍ଷା ବର୍ଷରେ ଶିକ୍ଷାର ସମସ୍ତ ପର୍ୟ୍ୟାୟରେ ଅତିକମରେ ୧୮୦ ସ୍କୁଲ ଦିନ ବା ୩୪ ସପ୍ତାହ ସାମିଲ ହେଉ । ନୂଆ ଏନସିଏଫ ଦଲିଲ ୨୦୦୫ର ଏନସିଏଫ ତୁଳନାରେ ନିଜ ପରାମର୍ଶରେ ଅଧିକ ସ୍ୱଚ୍ଛତା ରଖିଛି ।