ସୁରକ୍ଷକର୍ମୀଙ୍କ ଗୁଳିରେ ନିହତ ୩ ଆତଙ୍କବାଦୀ

0

ଶ୍ରୀନଗର: ଜମ୍ମୁ-କଶ୍ମୀରର ସିଧରାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଏଠାରେ ଚାଲିଥିବା ଏନକାଉଣ୍ଟରରେ ଟଳିଛନ୍ତି ୩ ଜଣ ଆତଙ୍କବାଦୀ। ୩ ଜଣ ଯାକ ଆତଙ୍କବାଦୀ ଗୋଟିଏ ଟ୍ରକ୍‌ରେ ଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ସକାଳ ୭.୩୦ରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଗୁଳି ବିନିମୟରେ ସମସ୍ତ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ-କଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସୁରକ୍ଷାକର୍ମୀମାନେ ସିଧରା ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ୩ ଜଣ ଆତଙ୍କବାଦୀ ଗୋଟିଏ ଟ୍ରକ୍‌ରେ ଲୁଚି ହମଲା କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଯାକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.