ରାଜ୍ୟରେ ଖୋଲିବ ୩୬ ନୂଆ ଥାନା, ସୃଷ୍ଟି ହେବ ବିଭିନ୍ନ ପାହ୍ୟାର ୫୬୩ ନୂଆପଦବୀ

0

ଭୁବନେଶ୍ୱର(ଆମ ଟିଭି): ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବ ୩୬ ନୂଆ ଥାନା। ଏନେଇ ଏହାର ପରିଚାଳନା ପାଇଁ ଇନସପେକ୍ଟର, ସବଇନସପେକ୍ଟର, କନେଷ୍ଟବଳ ଭଳି ବିଭିନ୍ନ ପାହ୍ୟାର ୫୬୩ ନୂଆପଦବୀ ସୃଷ୍ଟି କରାଯାଇଛି । ତେବେ ନୂଆ ଥାନାଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

 ନୂଆ ଥାନା ଖୋଲିବା ତାଲିକାରେ ଭୁବନେଶ୍ୱରର ମୈତ୍ରୀ ବିହାର ରହିଛି। ଏହାର ଅର୍ଥ ମୈତ୍ରୀ ବିହାର ଅଞ୍ଚଳରେ ଗୋଟିଏ ଥାନା କାର୍ଯ୍ୟକ୍ଷମ ହେବ। ଏହାବାଦ ଅନୁଗୋଳର ବାଗେଡ଼ିଆ ଓ ଗୋପାଳପ୍ରସାଦ, ବାଲେଶ୍ୱରର ଗୋପଳପୁର ଓ ଅନନ୍ତପୁର, ବରଗଡ଼ର ବରଗଡ଼ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗିରର ଲକ୍ଷ୍ମୀଜୋର ଓ ଆଗଲପୁର, ବୌଦ୍ଧର ଘଣ୍ଟାପଡ଼ା, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ୱର, ଦେବଗଡ଼ର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡର, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୁଲିସ ଷ୍ଟେସନ, କଳାହାଣ୍ଡିର କର୍ଲାପାଟ ଓ କଲାମପୁର, କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୂରଭଞ୍ଜର ଭଞ୍ଜପୁର, ନବରଙ୍ଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡ଼ାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଓ ସୁବର୍ଣ୍ଣପୁରର ଲଚ୍ଛିପୁରରେ ନୂଆ ଥାନା ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଥିବା ଥାନାଗୁଡ଼ିକର ବିଭକ୍ତିକରଣ ତଥା ଫାଣ୍ଡିଗୁଡ଼ିକର ଅପ୍ ଗ୍ରେଡେସନ କରାଯାଇ ନୂଆ ଥାନା ସୃଷ୍ଟି କରାଯିବ। 

Leave A Reply

Your email address will not be published.