ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରାଧାନାଥ ଭଟ୍ଟ। ବଳିଦାନ, ସ୍ବପ୍ନ ସାଗର, ଡୋରା ପରି ପ୍ରସିଦ୍ଧ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ରାଧାନାଥ

0

କଟକ (ଆମ ଟିଭି): ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍‌ ପ୍ରଯୋଜକ ତଥା ‘ଡୋରା’ ଫିଲ୍ମର ପ୍ରଯୋଜକ ରାଧାନାଥ ଭଟ୍ଟ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ଶନିବାର ଅପରାହ୍ଣ ୨ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ନିମୋନିଆ ରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ପରେ ଓଡ଼ିଆ ସିନେମା ଜଗତରେ ଏକ ଅୁପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି। ମୃତ୍ୟୁ ପରେ ଅନେକ ଓଡ଼ିଆ ସିନେ ଅଭିନେତା ତଥା ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ମୃତ୍ୟୁ ଶଜ୍ଜା ପାଖରେ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

 ତାଙ୍କ ଅମର ଆତ୍ମାର ସଦଗତି ପାଇଁ ବରିଷ୍ଠ ସିନେ ଅଭିନେତା ତଥା ପ୍ରଯୋଜକ ପ୍ରାର୍ଥନା କରିଛନ୍ତି। ସେ ବହୁ ଓଡ଼ିଆ ଚଳଚଚ୍ଚିତ୍ର ଯଥା ବଳିଦାନ, ସ୍ୱପ୍ନସାଗର,ଡୋରା ଭଳି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ

Leave A Reply

Your email address will not be published.