ଆଜିଠୁ ଓଡ଼ିଶାର କୋଣାର୍କଠାରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ

0

ଭୁବନେଶ୍ଵର (ଆମ ଟିଭି): ଖଣି ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଜାନୁଆରୀ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କୋଣାର୍କଠାରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରାଯାଉଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ‘ବିକଶିତ ଭାରତ ୨୦୪୭’ର ପରିକଳ୍ପନା ଅନୁଯାୟୀ  ଆୟୋଜନ କରାଯାଉଛି। ଏଥିରେ ୧୬ରୁ ଅଧିକ ରାଜ୍ୟର ଖଣି ମନ୍ତ୍ରୀଙ୍କ ସମେତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏବଂ  କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ।

ସମ୍ମିଳନୀର ମୁଖ୍ୟ ଆକର୍ଷଣ

୧. ଖଣିରେ ରାଜ୍ୟଗୁଡ଼ିକର ସର୍ବୋତ୍ତମ ଅଭ୍ୟାସ ଉପରେ ରିପୋର୍ଟ ଉନ୍ମୋଚନ: ରାଜ୍ୟମାନଙ୍କ ଦ୍ୱାରା କାର୍ଯ୍ୟକାରୀ ଅଭିନବ ପ୍ରଶାସନ ମଡେଲଗୁଡ଼ିକୁ ପ୍ରଦର୍ଶିତ କରିବା, ଖଣି ଅଭ୍ୟାସରେ ଦକ୍ଷତା ଏବଂ ସ୍ୱଚ୍ଛତାରେ ଉନ୍ନତି ଆଣିବା ଏହି ରିପୋର୍ଟର ଉଦ୍ଦେଶ୍ୟ।

୨. ମାଇନିଂ ଟେନମେଣ୍ଟ ସିଷ୍ଟମ (ଏମଟିଏସମଡ୍ୟୁଲର ଶୁଭାରମ୍ଭ: ଡିଜିଟାଲ ପ୍ରଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏହି ମଡ୍ୟୁଲ୍ ଖଣି କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବ ଏବଂ ଉତ୍ତରଦାୟିତ୍ୱ ବଢ଼ାଇବ।

୩. ଷ୍ଟାର୍ଟଅପ୍ ଗୁଡ଼ିକୁ ଅନୁମୋଦନ ପତ୍ର ପ୍ରଦାନ: ସ୍ଥାୟୀ ଖଣି ବ୍ୟବସ୍ଥାରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଅଧୀନରେ ଚୟନିତ ଷ୍ଟାର୍ଟଅପ୍ଗୁଡ଼ିକୁ ଅନୁମୋଦନ ପତ୍ର ମିଳିବ।

୪. ଜିଓଲୋଜିକାଲ ମେମୋରେଣ୍ଡମ (ଜିଏମଏବଂ ଜିଓଲୋଜିକାଲ ରିପୋର୍ଟ (ଜିଆରହସ୍ତାନ୍ତର: ଖଣି ଏବଂ ରାଜ୍ୟ ମନ୍ତ୍ରଣାଳୟକୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ, ଯାହା ଅନୁସନ୍ଧାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ।

୫. ଛତିଶଗଡ଼ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ଜିଓଲୋଜିକାଲ ରିପୋର୍ଟ ହସ୍ତାନ୍ତର: ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ଜିଓଲୋଜିକାଲ ରିପୋର୍ଟ ଖଣି ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ, ଯାହା ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାରେ ସହାୟକ ହେବ।

ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟକୁ ପୁରସ୍କାର : ଖଣି ନିଲାମ ଓ ଖଣି ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକୁ ପୁରସ୍କୃତ କରାଯିବ।

୭. ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ପଞ୍ଚମ କିସ୍ତିର ଶୁଭାରମ୍ଭ: ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନକୁ ତ୍ୱରାନ୍ୱିତ କରିବା ଏବଂ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା, ଯାହା ଦ୍ୱାରା ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ।

ସମ୍ମିଳନୀର ଫୋକସ୍ କ୍ଷେତ୍ର

ଏହି ସମ୍ମିଳନୀ ରାଜ୍ୟର ଖଣି ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ଅଂଶୀଦାରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଖଣି କ୍ଷେତ୍ର ପାଇଁ ରଣନୀତି ଉପରେ ଆଲୋଚନା କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ । ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଡିଜିଏମ୍ଏସ୍ (ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ) ଏବଂ ରେଳବାଇର ଅଧିକାରୀମାନେ ଖଣି କ୍ଷେତ୍ରରେ ନିରାପତ୍ତା, ସ୍ଥାୟୀତା, ପରିବେଶ ସମସ୍ୟା ଏବଂ ପରିବହନ ଆହ୍ୱାନ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଉପସ୍ଥାପନା ଦେବେ। ସମଗ୍ର ଦେଶରେ ଦକ୍ଷ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ଅନୁଯାୟୀ ଭାରତର ଖଣି ଇକୋସିଷ୍ଟମକୁ ସୁଦୃଢ଼ କରିବା ।

୩ୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଏକ ସ୍ୱଚ୍ଛ, ସ୍ଥାୟୀ ଏବଂ ଦକ୍ଷ ଖଣି ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଭାରତର ଖଣିଜ ସମ୍ପଦର ସମ୍ଭାବନାକୁ ଉନ୍ମୋଚନ କରିବା ଏବଂ “ବିକଶିତ ଭାରତ ୨୦୪୭” ପରିକଳ୍ପନାରେ ଦେଶର ବିକାଶରେ ଯୋଗଦାନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ।

Leave A Reply

Your email address will not be published.