ଆଫଗାନିସ୍ତାନରେ ୪୭ ଲକ୍ଷ ଲୋକ ଅନାହାରର ଶିକାର
ଆଫଗାନିସ୍ତାନରେ କ୍ଷୁଧା ଏବଂ ଦାରିଦ୍ର୍ୟ ସଙ୍କଟଜନକ ହେବାରେ ଲାଗିଛି । ଜାତିସଂଘ ଅନୁଯାୟୀ, ୪୭ ଲକ୍ଷ ଲୋକ ଅନାହାରରେ ଅଛନ୍ତି । କାମ ଏବଂ ଖାଦ୍ୟର ଅଭାବ ଅନେକ ପରିବାରକୁ ସେମାନଙ୍କ ପିଲାମାନଙ୍କୁ ବିକ୍ରି କରିବାକୁ ବାଧ୍ୟ କରିଛି । ବିଦେଶୀ ସହାୟତା ହ୍ରାସ, ମରୁଡ଼ି ଏବଂ ବେକାରୀ ପରିସ୍ଥିତିକୁ ଆହୁରି ଖରାପ କରିଛି । ଅପପୁଷ୍ଟିର ଶିକାର ଶିଶୁଙ୍କ ହସ୍ପିଟାଲ ମୃତ୍ୟୁ ବୃଦ୍ଧି ପାଉଛି। ଭୋକରେ ଥିବା ଲୋକଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧୦% ରୁ ଅଧିକ। ଘୋର ପ୍ରଦେଶରେ ପରିସ୍ଥିତି ବିଶେଷ ଭାବରେ ଭୟଙ୍କର ରହିଛି। ପ୍ରତିଦିନ ସକାଳେ ଶହ ଶହ ଲୋକ କାମ ଖୋଜିବା ପାଇଁ ରାସ୍ତା କଡ଼ରେ ଧାଡ଼ିରେ ଠିଆ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଅଧିକାଂଶଙ୍କୁ କୌଣସି କାମ ମିଳୁ ନାହିଁ । ବିବିସି ରିପୋର୍ଟ ଅନୁଯାୟୀ ବହୁ ଲୋକଙ୍କୁ ଗତ ଦେଢ଼ ମାସ ମଧ୍ୟରେ ସେ କେବଳ ତିନି ଦିନ କାମ ମିଳିଛି। ଫଳରେ ବହୁ ପରିବାର ରାତି ରାତି ଭୋକିଲା ଶୋଉଛନ୍ତି । ଅଟା କିଣିବା ପାଇଁ ଧାର କରଜ କରିବାକୁ ପଡୁଛି । ଲୋକେ ପାଣି ପିଇ ଭୋକ ମାରିବାକୁ ପ୍ରୟାସ କରୁଛନ୍ତି। ପେଟର ଭୋକ ପାଇଁ ବହୁ ଲୋକ ନିଜ ଛୋଟ ପିଲାଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।