ନୂଆଦିଲ୍ଲୀ (ଆମ ଟିଭି): ଜିତିଲା ଜୀବନ, ହାରିଲା ପାହାଡ଼ । ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ସୁଡ଼ଙ୍ଗରେ ୧୭ ଦିନ ହେବ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହି ୪୧ ଜଣ ଶ୍ରମିକ ସୁସ୍ଥ ଥିବା ଜଣାପଡିଛି।
କେନ୍ଦ୍ର ସରକାର, ଉତ୍ତରାଖଣ୍ଡ ସରକାର, ୫ଟି ମନ୍ତ୍ରାଳୟ, ଭାରତୀୟ ସେନା, ଏନଡିଆରଏଫ, ଏସଡ଼ିଆରଏଫ, ସ୍ଥାନୀୟ ପୁଲିସ ପ୍ରଶାସନ, ସରକାରୀ ଓ ବେସରକାରୀ ସଂସ୍ଥାର ଅକ୍ଲାନ୍ତ ଉଦ୍ୟମ ସଫଳ ହୋଇଛି ଯାହା ଫଳରେ ୪୧ଟି ଅମୁଲ୍ୟ ଜୀବନ ପୁଣି ନିଜ ପରିବାର ସହ ଏକ ହୋଇଛନ୍ତି।
ସେହି ଶ୍ରମିକମାନେ ସୁଡ଼ଙ୍ଗ ଭିତରୁ ବାହାରକୁ ଆସିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି କେ ସିଂହ ସେମାନଙ୍କ ସହ କଥା ହୋଇଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।