ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ଜୁଲାଇ ୪ରୁ ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଆସିବ ୮୫୦୦ ଟଙ୍କା

0

ଭୁବନେଶ୍ୱର (ଆମ ଟିଭି): ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ପ୍ରଚାର । କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଏ ଯେଉଁ ଲଢେଇ ଚାଲିଛି ତାହା ୨ ବିଚାରଧାରା ମଧ୍ୟରେ ରହୁଛି । କିନ୍ତୁ ପ୍ରଥମଥର କୌଣସି ରାଜନୈତିକ ଦଳ ଦେଶକୁ କହିଛି ଯେ, ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ । ଏହି ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ବିଜେପିର ବଡ ବଡ ନେତା କହୁଛନ୍ତି, ନିର୍ବାଚନ ଜିତିଲେ ସମ୍ବିଧାନ ଚିରିକି ଫୋପାଡିଦେବେ । କିନ୍ତୁ ଦୁନିଆର କୌଣସି ଶକ୍ତି ନାହିଁ ଯେ ଏହି ସମ୍ବିଧାନରେ ହାତ ମାରିଦେବ ।

ଯଦି ଏହି ସମ୍ବିଧାନକୁ ଚିରିବାକୁ ବିଜେପି ଚେଷ୍ଟା କରେ ତେବେ କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି । ବିଜେପି ନେତା କହୁଛନ୍ତି, ଯଦି ଆମେ ଜିତିବୁ ସଂରକ୍ଷଣକୁ ଶେଷ କରିଦେବୁ । ପୂରା ପବ୍ଲିକ ସେକ୍ଟରକୁ ଉଦ୍ୟୋଗପତିଙ୍କୁ ବିକିଛନ୍ତି । ୨୨ ଜଣ ଉଦ୍ୟୋଗପତିଙ୍କର ୧୬ ଲକ୍ଷ କୋଟି ଋଣ ଛାଡ କରିଛନ୍ତି । ୨୪ ବର୍ଷର ମନରେଗା ଟଙ୍କା ୨୨ ଉଦ୍ୟୋଗପତିଙ୍କୁ ଦେଇଛନ୍ତି । ଭାରତର ଗରିବ ଲୋକଙ୍କ ମୁଣ୍ଡ ଉପରେ ଏତେ ବୋଝ ବିଜେପି ଲଦିଛି ଯେ, ଯେଉଁଥିରୁ ବାହାରକୁ ଆସିବା ସହଜ ନୁହେଁ ।ସରକାର ଦେଶବାସୀଙ୍କ ପାଇଁ ନୁହେଁ ବରଂ ୨୨ ଜଣ ଉଦ୍ୟୋଗପତିଙ୍କ ପାଇଁ କାମ କରୁଛି । ଭାରତରେ ୫୦% ପଛୁଆବର୍ଗ ଲୋକ, ୧୫% ଦଳିତ, ୮% ଆଦିବାସୀ, ୧୫% ଅଳ୍ପସଂଖ୍ୟକ , ୫% ସାଧାରଣ ଗରିବ ପରିବାର ଅଛନ୍ତି । କିନ୍ତୁ ଦେଶରେ ଏମାନଙ୍କର ଭାଗିଦାରୀ ନାହିଁ । ଗରିବ ଲୋକଙ୍କ ସ୍ୱର ଗଣମାଧ୍ୟମରେ ଦେଖାଯାଉନାହିଁ । ଚାଷୀ ଆତ୍ମହତ୍ୟା କଲେ ଏହାକୁ ଗଣମାଧ୍ୟମ ଦେଖାଉନାହିଁ କିନ୍ତୁ ଅମ୍ବାନୀ ପରିବାରର ବାହାଘର ନଚେତ ମୋଦୀଙ୍କ କାର୍ଯ୍ୟକ୍ରମ ଦେଖାଉଛନ୍ତି । ଗଣମାଧ୍ୟମରେ ପଛୁଆବର୍ଗର ବ୍ୟକ୍ତି କେହି ନାହାନ୍ତି । ଯେଉଁଥିପାଇଁ ୯୦% ଭାରତୀୟଙ୍କ ସ୍ୱର ଗଣମାଧ୍ୟରେ ଦେଖାଯାଉନାହିଁ ।

Leave A Reply

Your email address will not be published.