କାହିଁକି ଏମିତି କହିଲେ ସାଉଥ୍ ଅଭିନେତ୍ରୀ,, ସାମନ୍ଥା ରୁଥ

0

ଚେନ୍ନାଇ: ‘ମୁଁ ମାୟୋସାଇଟିସ୍ ରୋଗରେ ପୀଡ଼ିତ। ହେଲେ ଭଗବାନ ନ କରନ୍ତୁ ଆଉ କିଏ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତୁ। ମାସାଧିକ କାଳ ଚିକିତ୍ସିତ ରହିବା ସହ ଔଷଧ ସେବନ କରିବା କଷ୍ଟ ଭଗବାନ କାହାକୁ ନ ଦିଅନ୍ତୁ।’ ନିଜ ରୋଗକୁ ନେଇ ସମାଲୋଚନାର ଶିକାର ହେବା ପରେ ଏପରି ମୁହଁତୋଡ଼ ଜବାବ ରଖିଛନ୍ତି ସାଉଥ ସୁନ୍ଦରୀ ସାମନ୍ଥା ରୁଥ।

ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ କିଛି ଦିନ ହେବ ନିଜ ସ୍ୱାସ୍ଥ୍ୟ ପାଇଁ ହେଡଲାଇନରେ ଅଛନ୍ତି। ମାୟୋସାଇଟିସ୍ ନାମକ ଏକ ଗୁରୁତର ରୋଗରେ ପୀଡ଼ିତ ଥିବା କିଛି ଦିନ ପୂର୍ବରୁ ସୋଶାଲ ମିଡିଆରେ ସାମନ୍ଥା ନିଜ ଫ୍ୟାନ୍ସଙ୍କୁ ଜଣାଇଥିଲେ। ହେଲେ ଏହି ରୋଗ ଯୋଗୁ ସେ ନିଜ ଚେହେରାର ଚମକ ଓ ଗ୍ଲୋ ହରାଇ ସାରିଥିବା ନେଇ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଏହାର କଡ଼ା ଜବାବ ରଖିଛନ୍ତି ଅଭିନେତ୍ରୀଜଣକ ।

Leave A Reply

Your email address will not be published.