ଭାରତରେ ବିକ୍ରୀ ହେଉଥିବା ୧୫ ପ୍ରତିଶତ ପ୍ରୋଟିନ୍ ପାଉଡର ଅସୁରକ୍ଷିତ

0

ନୂଆଦିଲ୍ଲୀ (ଆମ ଟିଭି): ସମସ୍ତେ ଚାହାନ୍ତି ନିଜର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ । ଏଥିପାଇଁ ଅନେକ ଲୋକ ପ୍ରେଟିନ୍ ପାଉଡର ସେବନ କରିଥାନ୍ତି । କିନ୍ତୁ ଏହି ପ୍ରୋଟିନ୍ ପାଉଡର ଯଦି ବ୍ୟବହାର କରୁଛନ୍ତି, ତାହେଲେ ସାବଧାନ ହୋଇଯାଆନ୍ତୁ । ଭାରତରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡର କେତେ ସୁରକ୍ଷିତ ତାକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି । ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଭାରତରେ ମିଳୁଥିବା ପ୍ରୋଟିନ ପାଉଡରର ନମୂନାକୁ ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ଜଣା ପଡିଛି, ଭାରତରେ ବିକ୍ରି ହେଉଥିବା ମୋଟ ପ୍ରୋଟିନ ପାଉଡରର ୧୫ ପ୍ରତିଶତ ନିମ୍ନମାନର । ବଜାରରେ ନିମ୍ନମାନର ଓ ଅସୁରକ୍ଷିତ ପ୍ରୋଟିନ ପାଉଡର ବିକ୍ରି ହେଉଥିବାରୁ ଡାକ୍ତରଙ୍କ ବିନା ପରାମର୍ଶରେ ସେବନ କଲେ ହୃଦଘାତ ଓ କିଡନୀ ଜନିତ ରୋଗର ଆଶଙ୍କା ରହିଛି ।

୨୦୨୧-୨୨ରେ ଏଫଏସଏସଏଆଇ ମୋଟ ୧ ଲକ୍ଷ ୪୫ ହଜାର ପ୍ରୋଟିନ ପାଉଡରର ନମୂନା ପରୀକ୍ଷା କରିଥିଲା । ସେଥିମଧ୍ୟରୁ ୪ ହଜାର ୮୯୯ ପ୍ରୋଟିନ ପାଉଡରର ନମୂନା ଅସୁରକ୍ଷିତ ବୋଲି ରିପୋର୍ଟ ମିଳିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ, ନ୍ୟୁଟ୍ରିନିଷ୍ଟ ଚିନ୍ତା ପ୍ରକାଶ କରିଛନ୍ତି । କାରଣ ସୁଦୃଢ ସ୍ୱାସ୍ଥ୍ୟ ପାଇବା ପାଇଁ ସେବନ କରାଯାଉଥିବା ପ୍ରୋଟିନ ପାଉଡର ଘାତକ ସାବ୍ୟସ୍ତ ହୋଇପାରେ । ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରୋଟିନ ପାଉଡର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ । ହୃଦଘାତ ଓ କିଡନୀ ଜନିତ ରୋଗର ଆଶଙ୍କା ରହିଛି । ଏହାଛଡା ଯେଉଁ ପ୍ରୋଟିନ ପାଉଡରରେ ମାତ୍ରାଧିକ ଚିନି ଓ ପ୍ରକ୍ରିୟାକରଣ ଖାଦ୍ୟ ଅଛି, ତାହାକୁ ମାତ୍ରାଧିକ ଖାଇଲେ ମଧୁମେହ ଓ କର୍କଟ ରୋଗ ହେବାର ସମ୍ଭାବନା ରହିଛି । ଡବ୍ଲୁଏଚଓର ଫ୍ରଷ୍ଟ ଅଫ ପ୍ୟାକେଜ ନୀତିରେ ପ୍ରୋଟିନ ପାଉଡର ଆସୁନାହିଁ ।

 

Leave A Reply

Your email address will not be published.