ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଚତୁର୍ଥ ଦିନରେ ପହଁଚିଛି । ଆଜି ଅଷ୍ଟମ ମ୍ୟାଚ ଡିସିବି ଏବଂ ଇନଫୋସିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଡିସିବି ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲା । ସମୁଦାୟ ୨୦ ଓଭର ଖେଳି ୨ ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଇନଫୋସିସ ଦଳ ୨୦ ଓଭର ରେ ୯ ୱିକେଟ ହରାଇ ସମୁଦାୟ ୧୨୭ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲେ । ଆୟୋଜକ ଡିସିବି ଦଳର ଅଧିନାୟକ ଅବିନାଶ ରଥ ଗୋଟିଏ ୱିକେଟ ନେବା ସହିତ ୪୭ ବଲ ରେ ୬୦ ରନ୍ (ନଟ ଆଉଟ) ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଆଜିର ମ୍ୟାଚ ଭାରି ଚିତାକର୍ଷକ ହୋଇଥିବା ବେଳେ ଉପସ୍ଥିତ କ୍ରିକେଟ ପ୍ରେମୀ ଦର୍ଶକଙ୍କ ତାଳିରେ ଷ୍ଟାଡିଅମ କମ୍ପୁଥିଲା । ଡିସିବି ବ୍ୟାଙ୍କ ର ଏଭଳି ପଦକ୍ଷେପ କୁ ସ୍ଥାନୀୟ ଦର୍ଶକ ମାନେ ପ୍ରଶଂସା କରିଥିଲେ ।
ଆୟୋଜକ ଙ୍କ କହିବା ଅନୁସାରେ ଆଗକୁ ଥିବା ମ୍ୟାଚଗୁଡିକ ଆସନ୍ତା ୧୫ ଏବଂ ୨୨ ଜାନୁଆରୀ (ରବିବାର) ଦିନ ହେବା ସହିତ ଫାଇନାଲ ମ୍ୟାଚ ୨୯ ଜାନୁଆରୀ ରବିବାର ଦିନ ରେଲୱେ ଷ୍ଟାଡ଼ିଅମ, ମଞ୍ଚେଶ୍ୱରଠାରେ ହେବ । ଏହି କାର୍ୟ୍ୟକ୍ରମ ର ଖୁବ ସୁନ୍ଦର ପରିକଳ୍ପନା ତଥା ଆୟୋଜକ ଡିସିବି ର ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀ ଶଙ୍କର ସାମନ୍ତରାୟ ଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ । ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ଶ୍ରୀଯୁକ୍ତ ପ୍ରଣୟ ଜେଠୀ ଡିସିବି ର ଏହି ମହତ ଉଦ୍ଦେଶ୍ୟ ର ଢେର ପ୍ରଶଂସା କରିବା ସହିତ ମିଡ଼ିଆ କୁ ତଥ୍ୟ ପ୍ରଦାନ କରିଥିଲେ । ଡିସିବି ପ୍ରିମିୟର ଲିଗ ସିଜନ ୧ – ୨୦୨୩ ଫାଇନାଲ ମ୍ୟାଚର ପୁରସ୍କାର ବିତରଣ ତଥା ଉଦଯାପନୀ ଦିବସ ଖୁବ ଧୂମଧାମ ରେ ପାଳନ ହେବ ବୋଲି ଆୟୋଜକ ଡିସିବି କତୃପକ୍ଷ ସୂଚନା ଦେଇଛନ୍ତି ।