ମିଳିଲା ପତା କିଏ ଦେଇଥିଲା ନୀତିନ ଗଡକରୀଙ୍କୁ ହତ୍ୟା ଧମକ

0

ନାଗପୁର: ଜେଲ ଭିତରେ ଥାଇ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ଧମକ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ପରିଚୟ ପାଇଛି ପୁଲିସ। କର୍ଣ୍ଣାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଶନିବାର କଲଡିଟେଲସ୍‌ ରେକର୍ଡ଼ରୁ ଏକଥା ଜାଣିବାକୁ ପାଇଛି ପୁଲିସ। କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ହତ୍ୟା ଅଭିଯୁକ୍ତ ଜୟେଶ କାନ୍ତା ଏବେ ବେଲାଗାଭି ଜେଲରେ ବନ୍ଦୀ ଅଛନ୍ତି। ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ କାର୍ଯ୍ୟାଳୟକୁ ଧମକ ଦେଇଥିଲେ ବୋଲି ନାଗପୁର ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗପୁର ପୋଲିସର ଏକ ଟିମ୍ ତଦନ୍ତ ପାଇଁ ବେଲାଗାଭି ଯାଇ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରାଯାଉଛି।

ମହାରାଷ୍ଟ୍ରର କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ସୁରକ୍ଷାକୁ ବଢ଼ାଇ ଦିଅଯାଛି। ଖାମଲା ଅଞ୍ଚଳରେ ଗଡକରୀଙ୍କ ଲୋକସମ୍ପର୍କ କାର୍ଯ୍ୟାଳୟକୁ ଗତକାଲି ଲ୍ୟାଣ୍ଡଲାଇନ ନମ୍ବରରେ ଦୁଇଟି ହତ୍ୟା ଧମକ କଲ ଆସିଥିଲା। ଟଙ୍କା ପାଇଁ ଏହି ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.