ନେପାଳ ବିମାନ ଦୁର୍ଘଟଣା,୭୨ ଟପିଲା ମୃତ୍ୟୁ ସଂଖ୍ୟା

0

ନୂଆଦିଲ୍ଲୀ: ରବିବାର ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ATR-72 ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଆଜି ସକାଳ ୧୦ଟା ୩୦ରେ ତ୍ରିବୁଭନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ବିମାନଟି ଅବତରଣ କରିବାର ଦଶ ସେକେଣ୍ଡ ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନଟି ପୁରୁଣା ଡୋମେଷ୍ଟିକ୍ ଏୟାରପୋର୍ଟ ଏବଂ ଏବଂ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ପ୍ରବାହିତ ସେଟି ଗଣ୍ଡକି ନଦୀ କୂଳରେ ଅବସ୍ଥିତ ଜଙ୍ଗଲ ଜମିରେ ଖସିପଡିଥିଲା।

ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବରକୁ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ଆଉ କୌଣସି ଯାତ୍ରୀ ଜୀବିତ ନଥିବା ଜଣାପଡ଼ିଛି। ବିମାନରେ ୧୧ ଜଣ ବିଦେଶୀ ଯାତ୍ରୀ ଏବଂ ସେମାନଙ୍କ ମଧ୍ୟରେ ତିନିଜଣ ଶିଶୁ ଥିଲେ। ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଏଥିରେ ୫୩ ଜଣ ନେପାଳୀ, ୫ ଜଣ ଭାରତୀୟ, ୪ ଜଣ ଋଷୀୟ, ଜଣେ ଇଂଲଣ୍ଡ ନାଗରିକ, ୨ଜଣ କୋରିଆ, ଜଣେ ଆର୍ଜେଣ୍ଟିନା ଏବଂ ଜଣେ ଫ୍ରାନ୍ସ ନାଗରିକ ଥିଲେ। ପୋଖରା ବିମାନ ବନ୍ଦରରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ପରେ ସରକାର କ୍ୟାବିନେଟର ଜରୁରୀ ବୈଠକ ଡାକିଛନ୍ତି।

Leave A Reply

Your email address will not be published.