ଛତିଶଗଡ଼ରୁ ଆସିଛି ବାଘ, ମିଳିଗଲା ଡେବ୍ରିଗଡ଼ରେ ଠାବ ହୋଇଥିବା ମହାବଳର ପରିଚୟ

0

ଭୁବନେଶ୍ୱର: ମିଳିଲା ଡେବ୍ରିଗଡ଼ରେ ଠାବ ହୋଇଥିବା ମହାବଳର ପରିଚୟ । ବାଘର ପରିଚୟ ସ୍ପଷ୍ଟ କରି ଛତିଶଗଡ଼ରୁ ଆସିଥିବା କହିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ – NTCA । ବାଘଟି ପୂର୍ବରୁ ୨୦୨୫ରେ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ଠାବ ହୋଇଥିବା NTCA ସ୍ପଷ୍ଟ କରିଛି ।

ଛତିଶଗଡ଼ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା ଟ୍ରାପ୍ ଫଟୋ ଏବଂ ଅନ୍ୟାନ୍ୟ ଟେକ୍ନିକାଲ ତଥ୍ୟର ଯାଞ୍ଚ ସହ ବାଘର ଶରୀରରେ ଥିବା ଡୋରାର ନମୁନା ମେଳ କରାଯାଇ ଏହାର ପରିଚୟ ସ୍ପଷ୍ଟ କରାଯାଇଛି । ବାଘଟି ପ୍ରଥମେ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରୁ ବାହାରି ବରନୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଯାଇଥିଲା ।

ସେଠାରୁ ଓଡ଼ିଶାର ଦେବ୍ରିଗଡ଼ ଅଞ୍ଚଳକୁ ଆସିଥିବା ଜଣାପଡ଼ିଛି । ଏହି ପୁରୁଷ ବାଘର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ଆକଳନ କରାଯାଇଛି । ଗତ ନଭେମ୍ବର ୯ ତାରିଖ ଡେବ୍ରିଗଡ଼ ଅଞ୍ଚଳରେ ପ୍ରଥମ ଥର ପାଇଁ ଏହି ବାଘର ଉପସ୍ଥିତି କ୍ୟାମେରା ଟ୍ରାପ୍ ରେ ରେକର୍ଡ ହୋଇଥିଲା ।

Leave A Reply

Your email address will not be published.