ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

0

ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦରେ ଖେଳାଯିବ । ଶ୍ରୀଲଙ୍କା ବିପକ୍ଷ ସିରିଜ୍ ୩-୦ରେ ବିଜୟୀ ହୋଇଥିବାରୁ ଭାରତୀୟ ଖେଳାଳଳିଙ୍କ ମନୋବଳ ଦୃଢ ରହିଛି । ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

କିନ୍ତୁ ତଥାପି ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଉପରେ ନଜର ରହିବ । କାରଣ ଆହତ ପାଇଁ ସିରିଜରୁ ବାଦ ପଡ଼ିଛନ୍ତି ଶ୍ରେୟସ୍ ଆୟର । ତାଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ସାମିଲ କରାଯାଇଛି । କେଏଲ୍ ରାହୁଲ ମଧ୍ୟ ବ୍ୟକ୍ତିଗତ କାରଣରୁ ଓହରି ଯାଇଛନ୍ତି । ତେଣୁ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିବ । ସେହିପରି କେନ୍ ୱିଲିୟମସନ୍ ଓ ଟିମ୍ ସାଉଦିଙ୍କ ବିନା ଖେଳିବ ନ୍ୟିୁଜିଲାଣ୍ଡ ଦଳ । ଟିମ୍ ଲାଥମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ପଡ଼ିଆକୁ ଓହ୍ଲାଇବ । ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାକୁ ୩-୦ରେ ଜିତିଲେ ଭାରତ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ହୋଇଯିବ ।

Leave A Reply

Your email address will not be published.