ସର୍ଜିକଲ ଷ୍ଟ୍ରାଇକକୁ ନେଇ ଦିଗବିଜୟ ବୟାନ ପରେ, ଏମିତି କହିଲେ ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆକ୍ରମଣର ରିପୋର୍ଟ କେନ୍ଦ୍ର ଦେଇନାହିଁ। ଏହି ଘଟଣା ମିଛ ନୁହେଁ ତ? ଏଭଳି ପ୍ରଶ୍ନ କରି କେନ୍ଦ୍ରକୁ ଟା‌ର୍ଗେଟ କରିଥିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ଏହାକୁ ନେଇ ବିବାଦ ଆରମ୍ଭ ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଦିଗବିଜୟଙ୍କ ସହ କଂଗ୍ରେସ ଅସହମତ। ସେନାକୁ ପ୍ରମାଣ ଦେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରାହୁଲ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦିଗବିଜୟ ସିଂ ଯାହା କହିଛନ୍ତି ମୁଁ ତାଙ୍କ ସହ ସହମତ ନୁହେଁ। ମୋର ସେନା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଦେଶର ସେନା ଯାହା ବି କରନ୍ତି, ଦେଶର ଭଲ ପାଇଁ। ସେମାନଙ୍କୁ ଏହାର ପ୍ରମାଣ ଦେବାର ଆବଶ୍ୟକତା ନାହିଁ। କେବଳ ଏତିକି ନୁହେଁ ରାହୁଲ ଜମ୍ମୁରେ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସରୁ ଇସ୍ତଫା ନେଇ ନିଜର ନୂଆ ଦଳ ଗଢ଼ିଥିବା ଗୁଲାମ ନବୀ ଆଜାଦଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି। ରାହୁଲ କହିଛନ୍ତି, ଯଦି ମୁଁ ଗୁଲାମ ନବୀ ଆଜାଦ ଏବଂ ଚୌଧୁରୀ ଲାଲ ସିଂଙ୍କୁ କେବେ ଆଘାତ ଦେଇଥାଏ, ତେବେ ମୁଁ ସେମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି।

ଦିଗବିଜୟ ସିଂହ ସୋମବାର କହିଥିଲେ ଯେ, “ଆମର ୪୦ଜଣ ସିଆରପିଏଫ ଯବାନ ପୁଲୱାମାରେ ସହିଦ ହୋଇଥିଲେ। ସିଆରପିଏଫ ଯବାନଙ୍କୁ ବିମାନରେ ନିଆଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ରାଜି ହୋଇନଥିଲେ। ଅନୁମତି ନମିଳିବା ପରେ ସିଆରପିଏଫ ଯବାନଙ୍କୁ ଗାଡ଼ିରେ ଯିବାକୁ ପଡ଼ିଥିଲା। ଏହା ପରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ କେନ୍ଦ୍ର ଅନେକ ବଡ଼ ବଡ଼ ଦାବି କରୁଥିଲେ ବି ଆଜି ପର୍ଯ୍ୟନ୍ତ ପୁଲୱାମା ଆକ୍ରମଣକୁ ନେଇ କୌଣସି ରିପୋର୍ଟ ସଂସଦରେ ରଖାଯାଇ ନାହିଁ। ସେମାନେ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ନେଇ ମଧ୍ୟ ଦାବି କରୁଛନ୍ତି।

Leave A Reply

Your email address will not be published.