ପୁଣି ବନ୍ଦ ହେଲେ ଦିଲ୍ଲୀ ମେୟର ନିର୍ବାଚନ

0

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୁଣିଥରେ ସ୍ଥଗିତ ହୋଇଯାଇଛି। ଦିଲ୍ଲା ମହାନଗର ନିଗମ(ଏମସିଡି) ନିର୍ବାଚନକୁ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ଏଯାଏ ମେୟର ପାଇଁ ଭୋଟିଂ ହୋଇପାରୁନି। ଆଜି ଏମସିଡିରେ ମେୟର ନିର୍ବାଚନ ପାଇଁ ଆପ୍‌ ଓ ବିଜେପିର ନବ ନିର୍ବାଚିତ କର୍ପୋରେଟରମାନେ ଉପସ୍ଥିତ ଥିଲେ। ହେଲେ ଉଭୟ ପକ୍ଷ ନାରାବାଜୀ କରିବାରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ଗୃହ ଠିକ ଭାବେ ଚାଲିବାକୁ କର୍ପୋରେଟମାନେ ନ ଦେବାରୁ ମେୟର କିମ୍ବା ଡେପୁଟି ମେୟର ପଦ ପାଇଁ ନିର୍ବାଚନ ହୋଇପାରିନି।

ହଟ୍ଟଗୋଳ ପୂର୍ବରୁ ପ୍ରିଜାଇଡିଂ ଅଫିସର ସତ୍ୟ ଶର୍ମା ପ୍ରଥମେ ରାଜ୍ୟପାଳଙ୍କ ଦ୍ୱାରା ଏମସିଡିକୁ ମନୋନୀତ ହୋଇଥିବା ୧୦ ଜଣ ସଦସ୍ୟମାନଙ୍କୁ ଶପଥପାଠ କରାଥିଲେ। ଏହାପରେ ନିର୍ବାଚିତ କର୍ପୋରେଟରମାନେ ଶପଥ ନେଇଥିଲେ। ଏହାକୁ ଆପ୍‌ର ସଦସ୍ୟମାନେ ବିରୋଧ କରିଥିଲେ ମଧ୍ୟ କୌଣସି ସୁ‍ଫଳ ମିଳି ନଥିଲା।

Leave A Reply

Your email address will not be published.