ବାବା ଧୀରେନ୍ଦ୍ର ଶସ୍ତ୍ରୀଙ୍କୁ ହତ୍ୟା ଧମକ

0

ନୂଆଦିଲ୍ଲୀ : ଆଜିକାଲି ଚର୍ଚ୍ଚାରେ ବାଗେଶ୍ୱର ଧାମର ପୀଠାଧିଶ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ତାଙ୍କ ବୟାନକୁ ନେଇ ଜାରି ରହିଛି ବିବାଦ। ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଓ ନିଜକୁ ଚମତ୍କାର ବାବା ବୋଲି କହୁଥିବା ଅଭିଯୋଗ ହୋଇଛି। ଏହାରି ଭିତରେ ତାଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଜଣେ ବ୍ୟକ୍ତି ଫୋନ୍‌ କରି ଜୀବନରେ ମାରିଦେବାକୁ ଧମକ ଦେଇଛି।

ଜଣେ ବ୍ୟକ୍ତି ଅଜଣା ନମ୍ବରେର ତାଙ୍କ ଭାଇଙ୍କୁ ଫୋନ୍‌ କରି ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ଛତରପୁର ସ୍ଥିତ ବମିଠା ଥାନାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

Leave A Reply

Your email address will not be published.