ପୁଣି କଂଗ୍ରେସକୁ ତାତ୍ସଲ୍ୟ କରି ଏମିତି କହିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲଓ୍ୱାମା ଆକ୍ରମଣ ଉପେର କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଦେଇଥିବା ବିବୃତ୍ତିକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜୀ। ତାଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଏହାରି ଭିତରେ ଦିଗ୍‌ବିଜୟ ସିଂହଙ୍କୁ ଟାର୍ଗେଟ୍‌ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ।

କଂଗ୍ରେସ ଡିଏନ୍‌ଏରେ ହିଁ ପାକିସ୍ତାନ ରହିଛି। କେତେବେଳେ ସର୍ଜିକାଲ ଷ୍ଟ୍ରଇକ୍‌କୁ ନେଇ ପ୍ରମାଣ ମାଗୁଛନ୍ତି ତ ଆଉ କେତେବେଳେ ଭଗବାନ ରାମଙ୍କ ଅସ୍ତିତ୍ୱ ଓ ରାମ ସେତୁକୁ ନେଇ ପ୍ରମାଣ ମାଗୁଛନ୍ତି ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.