ଥରିଲା ରାଜଧାନୀ ଦିଲ୍ଲୀ

0

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଅପରାହ୍ଣ ୨.୩୦ରେ ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳର ଲୋକମାନେ ଭୂକମ୍ପ ଝଟକାରେ ଥରିଛନ୍ତି। ଝଟକା ଅନୁଭବ ହେବାରୁ ଲୋକମାନେ ଘର ଓ ଅଫିସ ଛାଡ଼ି ଭୟରେ ଖୋଲା ସ୍ଥାନକୁ ଚାଲି ଆସିଥିଲେ। କ୍ଷୟକ୍ଷତି ସମ୍ପର୍କରେ ଏଯାଏ ଜଣାପଡ଼ିନି। କିନ୍ତୁ ଲୋକମାନେ ଟ୍ୱିଟ ଯୋଗେ ଭୂକମ୍ପ ଝଟକା ଅନୁଭବ କରିଥିବା କଥାକୁ ନିଶ୍ଚିତ କରିଛନ୍ତି। ସେହିପରି କିଛି ଲୋକ ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି(ଏନସିଏସ୍‌) କହିଛି ଯେ ନେପାଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି। ନେପାଳରେ ସୃଷ୍ଟି ହୋଇଥିବା ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଅନୁଭବ ହୋଇଛି। ସ୍ଥାନୀୟ ସମୟ ୨.୨୮ରେ ନେପାଳରେ ଭୂକମ୍ପ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.