ସାରା ବିଶ୍ୱ ଦେଖିଲା: କର୍ତ୍ତବ୍ୟପଥରେ ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି କଲେ ପତାକା ଉତ୍ତୋଳନ

0

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଇତିହାସରେ ଯୋଡ଼ିହେଲା ନୂଆ ରେକର୍ଡ । କର୍ତ୍ତବ୍ୟପଥରେ ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତୋଳନ କରିଛନ୍ତି । ୭୪ ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରମ୍ପରା ଅନୁସାରେ ମୁଖ୍ୟ ଅତିଥି ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ ରାଷ୍ଟ୍ରପତି ଭବନରୁ ବାହାରି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟପଥରେ ପହଞ୍ଚିଥିଲେ ।

ଏହା ପରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱଦେଶୀ ତୋପରେ ୨୧ ସଲାମୀ ଦିଆଯାଇଥିଲା । ଭାରତରେ ପ୍ରସ୍ତୁତ ୧୦୫ ମିମି ଇଣ୍ଡିଆନ୍ ଫିଲ୍ଡ ଗନରେ ୨୧ ତୋପ ସଲାମୀ ଦିଆଯାଇଛି । ପୂର୍ବରୁ ବ୍ରିଟିଶ ଅମଳର ୨୫ ପାଉଣ୍ଡର ଆର୍ଟିଲେରୀର ବ୍ୟବହୃତ ହେଉଥିଲା ।

 

Leave A Reply

Your email address will not be published.