ପ୍ରତିଷ୍ଠା ହେବ ନୂଆ ୫୦ଏୟାରପୋର୍ଟ

0

ନୂଆଦିଲ୍ଲୀ : ଦେଶରେ ଆଉ ୫୦ଟି ନୂଆ ଏୟାରପୋର୍ଟ ଖୋଲିବ। ସେହିପରି ଅଧିକ ଏୟାରଷ୍ଟ୍ରିପ, ହେଲି ପୋଡ୍‌ ଓ ଓ୍ୱାଟର୍‌ ଏରୋ ଡ୍ରୋନ୍ସ ମଧ୍ୟ ତିଆରି ହେବ। ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ବିମାନ ଅବତରଣ ଗ୍ରାଉଣ୍ଡର ମଧ୍ୟ ଉନ୍ନତିକରଣ ହେବ।

ସେହିପରି ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ। ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନ ପାଇଁ ଏଗୁଡିକ ସମ୍ପୂର୍ଣ୍ଣ ପ୍ୟାକେଜ୍ ଭାବରେ ବିକଶିତ ହେବ। ପର୍ଯ୍ୟଟନର ବିକାଶ ପାଇଁ ନୂଆ ଆପ୍‌ ମଧ୍ୟ ଲଞ୍ଚ କରାଯାଇଛି। ପର୍ଯ୍ୟଟନ ପାଇଁ ‘ଦେଖୋ ଅପ୍‌ନା ଦେଶ’ ଯୋଜନା ଆରମ୍ଭ ହେବ।

Leave A Reply

Your email address will not be published.