୨୮ମାସ ପରେ ଜେଲରୁ ମୁକୁଳିଲେ କେରଳ ସାମ୍ବାଦିକ

0

ନୂଆଦିଲ୍ଲୀ(ଆମ ଟିଭି): ୨୮ ମାସ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ । ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ଉତ୍ତର ପ୍ରଦେଶରେ ଗିରଫ ହୋଇଥିବା କେରଳର ସାମ୍ବାଦିକ ସିଦ୍ଦୀକୀ କପ୍ପନ୍ ୨୮ ମାସ ପରେ ଆଜି ଜେଲରୁ ମୁକିଳିଛନ୍ତି। ଲକ୍ଷ୍ନୌ ଜେଲରୁ ତାଙ୍କୁ ମୁକ୍ତ କରିବା ଲାଗି ବୁଧବାର ଦିନ ଲକ୍ଷ୍ନୌ ସେସନ୍ କୋର୍ଟ ଜାମିନ ଅପିଲକୁ ଅନୁମୋଦନ ଦେଇଥିଲେ ।

ଦୁଷ୍କର୍ମ ପରେ ଜଣେ ଦଳିତ ମହିଳାଙ୍କ ମୃତ୍ୟୁ ଘଟିଥିବା ଘଟଣା ସଂକ୍ରାନ୍ତରେ ରିପୋର୍ଟ କରିବା ନିମନ୍ତେ ଉତ୍ତର ପ୍ରଦେଶର ହାଥରସକୁ ଯାଉଥିବା ବେଳେ ୨୦୨୦ ଅକ୍ଟୋବରରେ କପ୍ପନ ଓ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଥିଲା। ଏହାସହ ନିଷିଦ୍ଧ କରାଯାଇଥିବା ସଙ୍ଗଠନ ‘ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ ସହିତ ସେମାନଙ୍କର ସମ୍ପୃକ୍ତି ଥିଲା ଏବଂ ସେମାନେ ଘଟଣାସ୍ଥଳରେ ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ମାସରେ ସୁପ୍ରିମ୍ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଦାଏର୍ କରାଯାଇଥିବା ‘ମନି ଲଣ୍ଡରିଙ୍ଗ୍’ ମାମଲା ଯୋଗୁଁ ସେ ଲକ୍ଷ୍ନୌ କାରାଗାରରେ ରହୁଥିଲେ।

ଡିସେମ୍ବର ୨୩ ତାରିଖରେ ଆହ୍ଲାବାଦ ହାଇକୋର୍ଟ ସିଦ୍ଦୀକୀ କପ୍ପନଙ୍କୁ ‘ମିନି ଲଣ୍ଡରିଙ୍ଗ୍’ ମାମଲାରେ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ମଙ୍ଗଳବାର ଦିନ ୧ଲକ୍ଷ ଟଙ୍କିଆ ଦୁଇଟି ମୁଚାଲିକା ମଙ୍ଗଳବାର ଦିନ ଅଦାଲତରେ ଦାଖଲ କରାଯାଇ ପାରି ନ ଥିଲା। ବୁଧବାର ଦିନ ଅଦାଲତରେ ଉକ୍ତ ମୁଚାଲିକା ଦୁଇଟି ଦାଖଲ କରାଯିବା ପରେ ଆଜି ତାଙ୍କୁ ଜେଲ୍ରୁ ମୁକ୍ତ କରାଯାଇଛି। ଜେଲରେ ଥିବାବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଯାଇଛି ।

 

Leave A Reply

Your email address will not be published.