ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ଓ ମ୍ୟାନେଜମେଣ୍ଟ୍ର କ୍ୟାମ୍ପସ୍ ଚୟନ*
ଭୁବନେଶ୍ବର,ବାଲିଅନ୍ତା ବ୍ଲକ ଅନ୍ତର୍ଗତଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜଓ ମ୍ୟାନେଜମେଣ୍ଟ୍ ପରିସରରେରାମଟେକ୍ ସଫ୍ଟୱେର ସଲ୍ୟୁସନ
ଲି. କମ୍ପାନି ପକ୍ଷରୁ କ୍ୟାମ୍ପସ୍ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଚୟନ ପ୍ରକ୍ରିୟାରେ କଲେଜର ୬୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ।
କମ୍ପାନି ତରଫରୁ ସେମାନଙ୍କୁ ନିଯୁକ୍ତି ପତ୍ର ଓ ପରିଚୟପତ୍ର ଦିଆଯାଇଥିଲା। ଉକ୍ତ କମ୍ପାନି ପକ୍ଷରୁ
ପ୍ରଶାସନିକ ପରିଚାଳକ ସନ୍ଦୀପ କୁମାର ଜେନା ଏହି
କ୍ୟାମ୍ପସ୍ ଚୟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କଲେଜ ଚେୟାରମ୍ୟାନ୍ ଡ. ଅନୁମାଧବ ପଣ୍ଡା କ୍ୟାମ୍ପସ୍ରେ
ଚୟନ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ
ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆଗକୁ ଅନେକ କମ୍ପାନି କ୍ୟାମ୍ପସ୍ ଚୟନ
ପାଇଁ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚୟନ ପ୍ରକ୍ରିୟାରେ କଲେଜ ପ୍ରିନସିପାଲ ଓ ଟ୍ରେନିଂ ଆଣ୍ଡ୍
ପ୍ଲେସ୍ମେଣ୍ଟ୍ ଅଫିସର ଅଂଶଗ୍ରହଣ କରିଥିଲେ।