ପରଲୋକରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପଭେଜ ମୁଶାରଫ

0

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ଅବସରପ୍ରାପ୍ତ ଜେନେରାଲ୍‌ ପର୍‌ୱେଜ୍‌ ମୁଶାରଫ୍‌ଙ୍କର ଆଜି ଦେହାନ୍ତ ହୋଇଯାଇଥିବା ‘ଜିଓ ନ୍ୟୁଜ୍‌’ ରିପୋର୍ଟ କରିଛି। ୨୦୧୬ରୁ ସେ ଦୁବାଇରେ ବାସ କରୁଥିଲେ। ପୂର୍ବତନ ରାଷ୍ଟ୍ରପତି ତଥା ‘ଚିଫ୍‌ ଅଫ୍ ଆର୍ମି ଷ୍ଟାଫ୍‌’ ୭୯ ବର୍ଷିୟ ମୁଶରଫ୍‌ ‘ଆମିଲଇଡୋସିସ୍‌’ ନାମରେ ଏକ ବି‌ରଳ ରୋଗଦ୍ବାରା ଆକ୍ରାନ୍ତ ହୋଇଥିଲେ। ସମଗ୍ର ଶରୀର ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁରେ ‘ଆମିଲଇଡ୍‌’ ନାମରେ ଗୋଟାଏ ପ୍ରୋଟିନ୍‌ ଜମିବାରୁ ତାଙ୍କୁ ଏହି ରୋଗ ହୋଇଥିଲା ବୋଲି ତାଙ୍କ ପରିବାରସୂତ୍ରରୁ ପ୍ରକାଶ। ଏଥିଯୋଗୁଁ ତାଙ୍କ ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁଗୁଡ଼ିକ ଠିକ୍‌ ଭାବେ କାମ କରୁ ନ ଥିଲେ।

ଚିକିତ୍ସା ଲାଗି ତାଙ୍କୁ କିଛି ମାସ ହେବ ସଂଯୁକ୍ତ ଆରବ ଏମିରେଟସ୍‌ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

୧୯୯୯ରେ ସେନା ବିଦ୍ରୋହ ପରେ ମୁଶରଫ୍‌ ପାକିସ୍ତାନ କ୍ଷମତାସୀନ ହୋଇଥିଲେ। ଏହାର ୯ ବର୍ଷ ପରେ ଗଣ ଆନ୍ଦୋଳନ ଯୋଗୁଁ କ୍ଷମତାରୁ ଓହରି ଯାଇଥିଲେ। ୨୦୧୬ରେ ତାଙ୍କ ବିରୋଧ ଦେଶଦ୍ରୋହ ବିଚାର ଚାଲିଥିବା ବେଳେ ସେ ପାକିସ୍ତାନରୁ ଚାଲିଯାଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ବିଦେଶ ଯାଉଥିବା କଥା ତାଙ୍କ ଓକିଲ କହିଥିଲେ।

ସେବେଠାରୁ ସେ ଇଂଲଣ୍ଡ ଓ ମଧ୍ୟପ୍ରାଚ୍ୟରେ ଆତ୍ମନିର୍ବାସିତ ହୋଇ ବାସ କରୁଥିଲେ। କିନ୍ତୁ, ଗତବର୍ଷ ଜୁଲାଇ ମାସରେ ମୁଶରଫ ପାକିସ୍ତାନ ଫେରିଆସି ବାକି ଜୀବନ କଟାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ପାକିସ୍ତାନ ସେନା ମଧ୍ୟ ତାଙ୍କ ଇଚ୍ଛାକୁ ସ୍ବୀକୃତି ଦେଇଥିଲା। କିନ୍ତୁ, ରାଜନୈତିକ ବିରୋଧ ଯୋଗୁଁ ତାଙ୍କର ଆଶା ପୂରଣ ହୋଇ ପାରି ନ ଥିଲା।

Leave A Reply

Your email address will not be published.