ପୁଣି ବନ୍ଦ ହେଲା ଦିଲ୍ଲୀ ମେୟର ନିର୍ବାଚନ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ: ଆଜି ମୁନିସ୍‌ପାଲ୍‌ ହାଉସ୍‌ରେ ପୁଣି ଶାସକ ଦଳ ‘ଆପ୍‌’ ଓ ବିରୋଧୀ ଦଳ ‘ବିଜେପି’ ସଦସ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ଦିଲ୍ଲୀ ମେୟର୍‌ ନିର୍ବାଚନ ନିମନ୍ତେ ହେବାକୁ ଥିବା ମତାଦନ ବିଫଳ ହୋଇଛି।

ସୂଚନାଯୋଗ୍ୟ, ଏହାକୁ ମିଶାଇ ନୂଆ ମେୟର୍‌ ନିର୍ବାଚନ ପାଇଁ ଭୋଟ୍‌ ଦେବା ପ୍ରୟାସ କ୍ରମାଗତ ୩ଥର ବିଫଳ ହେଲାଣି।
ଭୋଟ୍‌ ଦାନ ଅଧିକାର ପ୍ରସଙ୍ଗରେ ‘ଆପ୍‌’ ସଦସ୍ୟମାନେ ପ୍ରତିବାଦ ପ୍ରବଳ କରିବାରୁ ଡିସେମ୍ବର ୪ ତାରିଖ ମୁନିସ୍‌ପାଲ୍‌ ନିର୍ବାଚନ ପରେ ଆଜି ତୃତୀୟ ଥର ପାଇଁ ଆହୂତ ଗୃହର କାର୍ଯ୍ୟରେ ବ୍ୟାଘାତ ହୋଇଥିଲା।

ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରାଯିବା ଫଳରେ ଆଜି ପୁଣି ଥରେ ମେୟର୍‌ ନିର୍ବାଚନ ବାତିଲ ହେଲା।ସୂଚନାଯୋଗ୍ୟ, ‘ବିଜେପି’ ଓ ‘ଆପ୍‌’ ସଦସ୍ୟମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଜାନୁଆରି ୬ ଓ ଜାନୁଆରି ୨୪ ତାରିଖରେ ଆହୂତ ପ୍ରଥମ ଦୁଇଟି ଅଧିବେଶନ ମଧ୍ୟ ମୁଲତବୀ ରଖାଯାଇଥିଲା।

Leave A Reply

Your email address will not be published.