ତୁର୍କୀରେ ଭୂମି କମ୍ପ, ୩୬୦ ଛୁଇଁଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର : ଭୟଙ୍କର ଭୂମିକମ୍ପ ପରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା। ତୁର୍କୀ ଓ ସିରିୟାରେ ପ୍ରଚଣ୍ଡ ଭୂମିକମ୍ପ ହୋଇଛି। ଏଠାରେ ତାସ୍ ପରି ଭୁଶୁଡି ଯାଇଛି ବଡ଼ ବଡ଼ କୋଠା। ଆଜି ଭୋରୁ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ଯୋଗୁ ଅନେକ କ୍ଷୟକ୍ଷତି ଘଟିଛି। ଏଥିସହ ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି ପାଇଛି। ଏଠାରେ ଅତିକମ୍ରେ ୧୫୦ରୁ ଅଧିକ ବିଲ୍ଡିଂ ଭୁଶୁଡ଼ି ପଡିଛି। ଏବେବି ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ବିଶେଷ କରି ସିରିୟାରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ସମୟ ଭୋର ୪ ଟା ୧୭ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି। ପ୍ରଥମ ଝଟକାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା।