୬ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀଙ୍କୁ ଛଟେଇ କରିବ ଡେଲ୍ କମ୍ପାନୀ

0

ନୂଆଦିଲ୍ଲୀ (ଆମ ଟିଭି): ବିଭିନ୍ନ କମ୍ପାନୀ ଏବେ ନିଜ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିଛନ୍ତି । ଏହାରି ଭିତରେ ଟ୍ୱିଟର, ଆମାଜନ, ମାଇକ୍ରୋସଫ୍ଟ ଭଳି ବଡ ବଡ କମ୍ପାନୀ ପରେ ଏବେ ଛଟେଇ କରିବ ଲାପଟପ କମ୍ପାନୀ ଡେଲ । ଡେଲ ଟେକ୍ନୋଲୋଜି କମ୍ପାନୀ ପ୍ରାୟ ୬ ହଜାର ୬୫୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୋମବାର ରିପୋର୍ଟ ପ୍ରକାଶ କରିଛି ବ୍ଲୁମବର୍ଗ । ଡେଲ କମ୍ପାନୀର ଲାପଟପର ଚାହିଦା କମୁଥିବାରୁ କମ୍ପାନୀ ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତିି ନେଇଛି ।

ବଜାର ସ୍ଥିତିକୁ ନେଇ କମ୍ପାନୀରେ ଭବିଷ୍ୟତ ଏବେ ଅନିଶ୍ଚିତତା ଦେଇ ଗତି କରୁଛି । ତେଣୁ କିଛି କର୍ମଚାରୀଙ୍କୁ ଛଟେଇ କରି ଖର୍ଚ୍ଚ କମାଇବାକୁ ଲକ୍ଷ ରଖିଛି କମ୍ପାନୀ । ବଜାର ଚାହିଦା କମୁଥିବାରୁ ବିଶ୍ୱର ବଡ ବଡ କମ୍ପାନୀମାନେ ହଜାର ହଜାର ଛଟେଇ କରୁଛନ୍ତି । ଯେଉଁଥି ପାଇଁ ଅନେକ ଭାରତୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.