ତାମିଲନାଡୁରେ ନବଜାତ ଶିଶୁଙ୍କୁ ମିଳିବ ସୁନା ମୁଦି, ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ ଯୋଜନା
ଶିଶୁ ମୃତ୍ୟୁ ହାର ହ୍ରାସ ପାଇଁ ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା । ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି । ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ ଯୋଜନା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନବଜାତ ଶିଶୁଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ରାଜ୍ୟର ସରକାରୀ ଡାକ୍ତରଖାନାରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁଙ୍କୁ ୧ ଗ୍ରାମ ଓଜନର ୨୨-କ୍ୟାରେଟ ସୁନା ମୁଦି ମାଗଣାରେ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୨୮ ହଜାର ବିତରଣ କରାଯିବ ।
ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜନ୍ମଦିନ ଅର୍ଥାତ୍ ୨୨ ଜୁନ୍ ୨୦୨୬ କିମ୍ବା ତା’ପରଠାରୁ ସରକାରୀ ଡାକ୍ତରଖାନାରେ ଜନ୍ମ ହୋଇଥିବା ଶିଶୁ ଏହି ସୁବିଧା ପାଇବେ । ପ୍ରତି ସୁନା ମୁଦିରେ ଏକ ସ୍ୱତନ୍ତ୍ର ସିରିଏଲ୍ ନମ୍ବର ରହିବ । ଡାକ୍ତରଖାନାରୁ ଡିସଚାର୍ଜ ବେଳେ ମାଆମାନଙ୍କୁ ଏହି ମୁଦି ପ୍ରଦାନ କରାଯିବ । କେବଳ ତାମିଲନାଡୁର ସ୍ଥାୟୀ ବାସିନ୍ଦା ଏବଂ ଯେଉଁମାନଙ୍କର ପ୍ରସବ ସରକାରୀ ଡାକ୍ତରଖାନାରେ ହୋଇଥିବ ସେମାନଙ୍କୁ ଏହି ମୁଦି ମିଳିବ। ଏହି ପ୍ରଥମ ବ୍ୟାଚ୍ ର ମୁଦି ପାଇଁ ସରକାର ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବାର୍ଷିକ ପ୍ରାୟ ୪ ଲକ୍ଷ ୪୨ ହଜାର ଶିଶୁଙ୍କୁ ଏହି ସୁବିଧା ଦେବା ପାଇଁ ସରକାର ବାର୍ଷିକ ୭୫୫ କୋଟି ୮୩ ଲକ୍ଷ ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି ।