ବନ୍ଧା ହେଲେ ରାକ୍ଷୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଦୁରାନୀ

0

ନୂଆଦିଲ୍ଲୀ : ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତଙ୍କ ଘରେ ହାଇଡ୍ରାମା। ରାକ୍ଷୀଙ୍କ ଘରର କଳି ଏବେ ବି-ଟାଉନ୍‌ର ହଟ୍‌ ଗସିପ୍‌ । ନୂଆ ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ। ମାତ୍ର କିଛି ମାସର ବିବାହ ପରେ ରାକ୍ଷୀଙ୍କୁ ମାରପିଟ ତଥା ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ତାଙ୍କ ସ୍ୱାମୀ ଆଦିଲ ଦୁରାନୀ।

କିଛି ଦିନ ହେବ ନିଜ ଦ୍ୱିତୀୟ ବିବାହ ସମ୍ପର୍କରେ ଘୋଷଣା କରିଥିବା ରାକ୍ଷୀଙ୍କ ପାଦ ତଳେ ଲାଗୁ ନ ଥିଲା। ହେଲେ ଏହାପରେ ଭୟଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଥିବା ପରି ଲାଗୁ ନ ଥିଲା। ଘରର କଳି ବାହାରକୁ ଆସିବା ପରେ ଗତକାଲି ରାକ୍ଷୀ ନିଜ ସ୍ୱାମୀଙ୍କଠାରୁ ଅଲଗା ହେଉଥିବା ଘୋଷଣା କରିଥିଲେ।

ଆଦିଲଙ୍କ ଜୀବନରେ ଅନ୍ୟ ଜଣେ ଯୁବତୀ ଆସିବାରୁ ସେ ତାଙ୍କୁ ଧୋକା ଦେଇଥିବା ଅଭିନେତ୍ରୀ କହିଥିଲେ। ଏଭଳି ଧୋକା ଦେବା ପରେ କ୍ଷମା ମାଗିବା ପରିବର୍ତ୍ତେ ଆଦିଲ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ରାକ୍ଷୀ। ରାକ୍ଷୀଙ୍କ ଅଭିଯୋଗ ପରେ ପୁଲିସ ଆଦିଲଙ୍କୁ ଗିରଫ କରିଛି।

ଆଦିଲ ଗିରଫ ହେବା ପରେ ରାକ୍ଷୀ କହିଛନ୍ତି, ସେ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି। ମୋତେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋଠାରୁ ଅନେକ ଟଙ୍କା ନେଇଛନ୍ତି । ମୋତେ ବରବାଦ କରି ଦେଇଛନ୍ତି।

ରାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ, ଉଭୟ ଆଦିଲ ଓ ତାଙ୍କର ବ୍ୟବସାୟିକ ସମ୍ପର୍କ ଥିବା ବେଳେ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ବି ଥିଲା। ହେଲେ ବିବାହର ପ୍ରଲୋଭନ ଦେଖାଇ ଆଦିଲ ଗତ ଜୁନ୍‌ରେ ଉକ୍ତ ଆକାଉଣ୍ଟରୁ ଦେଢ କୋଟିରୁ ଅଧିକ ଟଙ୍କା ବାହାର କରି ନେଇଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ବିଗିଡ଼ିବାରୁ ଆଦିଲ ରାକ୍ଷୀଙ୍କୁ ମାରପିଟ ସହ ମୁହଁରେ ଏସିଡ ପକାଇ ଦେବାର ଧମକ ଦେଲେ। ଏପରିକି ଗାଡ଼ି ମରାଇ ହତ୍ୟା କରିବାର ବି ଧମକ ଦେଲେ।

Leave A Reply

Your email address will not be published.