ଭୁବନେଶ୍ୱର(ଆମ ଟିଭି): ଆସନ୍ତା ସୋମବାର ବସିବ ରାଜ୍ୟ କ୍ୟାବିନେଟ ଗୁରତ୍ୱପୂର୍ଣ୍ଣ ବୈଠକ । ଅପରାହ୍ଣରେ ଲୋକସେବା ଭବନରେ ବସିବ ଏହି ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିବ କ୍ୟାବିନେଟ ମୋହର ।
ସେହିଦିନ ହିଁ ବସିବ ମନ୍ତ୍ରୀ ପରିଷଦ ବୈଠକ । ୨୦୨୩-୨୪ ଆର୍ଥିକ ବର୍ଷ ବଜେଟକୁ ଅନୁମୋଦନ ମିଳିବ । ତେବେ କାହାକୁ କେତେ ଅନୁଦାନ ମିଳୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।