ଗୁରୁବାର ହେବାକୁ ଯାଉଛି ଦିଲ୍ଲୀ ମେୟର ନିର୍ବାଚନ

0

ନୂଆଦିଲ୍ଲୀ(ଆମ ଟିଭି): ୩ଥର ବିଫଳ ହେବା ପରେ ପୁଣିଥରେ ହେବାକୁ ଯାଉଛି ମେୟର ନିର୍ବାଚନ । ‘ଆପ୍’ ଓ ‘ବିଜେପି’ ମଧ୍ୟରେ ବାଦବିବାଦ ଯୋଗୁଁ ୩ ଥର ବିଫଳ ହୋଇଥିବା ଦିଲ୍ଲୀ ମେୟର୍ ନିର୍ବାଚନ ନିମନ୍ତେ ଆଗାମୀ ଗୁରୁବାର ଦିନ ଦିଲ୍ଲୀ ନଗର ନିଗମର ବୈଠକ ବସିବ ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି।

ଫେବ୍ରୁଆରି ୧୬ ତାରିଖ, ଗୁରୁବାର ଦିନ ମେୟର୍ ନିର୍ବାଚନ କରାଇବା ଲାଗି ଆଜି ସକାଳେ ଉପରାଜ୍ୟପାଳ ଭି. କେ. ସାକ୍ସେନା ‘ଆପ୍’ର ପ୍ରସ୍ତାବ ଗ୍ରହଣ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଉପରାଜ୍ୟପାଳଙ୍କଦ୍ବାରା ମନୋନୀତ ୧୦ଜଣ କାଉନ୍ସିଲର୍ଙ୍କୁ ଭୋଟ୍ ଦେବା ଲାଗି ଅନୁମତି ନ ମିଳିବା ପ୍ରସଙ୍ଗକୁ ନେଇ ‘ବିଜେପି’ ଓ ‘ଆପ୍’ କାଉନ୍ସିଲର୍ଙ୍କ ମଧ୍ୟରେ ସଂଘର୍ଷ ଲାଗିବାରୁ ଜାନୁଆରି ୬, ୨୪ ଓ ଫେବ୍ରୁଆରି ୬ ତାରିଖରେ ମେୟର୍ ନିର୍ବାଚନ ସମ୍ଭବପର ହୋଇ ପାରି ନ ଥିଲା।

Leave A Reply

Your email address will not be published.