ବିହାର ନିର୍ବାଚନ ପୂର୍ବରୁ ବିଜେପିର ହାତ ଛାଡ଼ିପାରନ୍ତି ନୀତିଶ, ଏମିତି ମିଳିଲା ସୂଚନା

0

ପାଟନା (ଆମ ଟିଭି ): ରାଷ୍ଟ୍ରପତି ସମର୍ଥନକୁ ନେଇ ଶାସକ ବିଜେପି ଗୋଟିଏ ପଟେ ବିଜେଡି ଏବଂ ୱାଇଏସଆର କଂଗ୍ରେସର ନିକଟତର ହେଉଥିବା ବେଳେ । ଅନ୍ୟପଟେ ଅଣ ବିଜେପି ମେଣ୍ଟ ଦିନକୁଦିନ ମୁଣ୍ଡ ଟେକୁଛି। ଏହାରି ମଧ୍ୟରେ ବିଜେପି ନେତୃତ୍ୱାଧୀନ ମେଂଟରେ ଥିବା ଜେଡିୟୁକୁ ନେଇ ବଢିଛି ସସପେନ୍ସ । ତେଲେଙ୍ଗାନା ମୁଖ୍ୟନ୍ତ୍ରୀ କେସିଆର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଭେଟିବା ପୂର୍ବରୁ ବିହାରରେ କିଛି ବଡ ଧରଣର ରାଜନୈତିକ ହଟଚମଟ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏହା ଆଜି କାଲି ମଧ୍ୟରେ ଘଟିପାରେ ବୋଲି କୁହାଯାଉଛି । କାରଣ ନୀତୀଶ କୁମାର ଜେଡିୟୁ ବିଧାୟକ, ସାଂସଦ ଏବଂ ନେତାଙ୍କ ସହ ବୈଠକ କରିଛନ୍ତି । ୭୨ ଘଂଟା ମଧ୍ୟରେ ରାଜଧାନୀ ପାଟଣା ଛାଡି ନଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆରଜେଡି ନେତା ତେଜସ୍ୱୀ ଯାଦବ ଲଣ୍ଡନରେ ଅଛନ୍ତି । ସେ ଫେରିଲେ ନୀତୀଶ ନୂଆ କିଛି ଘୋଷଣା କରିପାରନ୍ତି । ତେଣୁ ତେଜସ୍ୱୀଙ୍କ ଫେରିବାକୁ ନୀତୀଶ ଅପେକ୍ଷା କରିଥିବା ସୂଚନା ରହିଛି । ତେବେ ଜେଡିୟୁର ଦଳୀୟ ବୈଠକରେ କଣ ଆଲୋଚନା ହୋଇଛି ତାହା ଅସ୍ପଷ୍ଟ ରହିଛି । ଆଜି ନୀତୀଶ କୁମାର ରାଜଗୀର ଗସ୍ତରେ ଆସିବାର ସୂଚନା ରହିଛି । ଏହି ସମୟରେ କିଛି ନୂଆ ଘୋଷଣା କରିପାରନ୍ତି ବୋଲି ବିହାରରେ ଚର୍ଚ୍ଚା ହେଉଛି । କାରଣ ୨୦୧୭ରେ ନୀତୀଶ ମହାମେଂଟରୁ ଓହରିବା ପୂର୍ବରୁ ରାଜଗୀର ଗସ୍ତରେ ଆସିଥିଲେ । ଆଉ ଫେରିବା ପରେ ମହାମେଂଟରୁ ଓହରିବେ ବୋଲି ଘୋଷଣା କରିଥିଲେ ।

ଅନ୍ୟପଟେ ଗତକାଲି ଜାତି ଭିତିକ ଗଣନାକୁ ବିଜେପି ବିରୋଧ କରିବା ପରେ ନୀତୀଶ କହିଥିଲେ ଜାତି ଭିତିକ ଜନ ଗଣନା ନିଶ୍ଚୟ ହେବ । ଯାହାକି ଦୁଇ ଦଳ ମଧ୍ୟରେ ପୂର୍ବପରି ସମ୍ପର୍କ ଠିକ୍ ନଥିବା ସାମ୍ନାକୁ ଆସିଛି।

Leave A Reply

Your email address will not be published.