ଟ୍ରମ୍ପଙ୍କ ଟାରିଫ୍ ଝଟକା, ଭାରତ ଉପରେ ଲାଗିପାରେ ଅତିରିକ୍ତ ୧୭% ଶୁଳ୍କ

0

ପୁଣି ନୂଆ ଟାରିଫ୍ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବ । ଅତ୍ୟଧିକ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଯୋଜନା କରୁଛି ଟ୍ରମ୍ପ ପ୍ରଶାସନ । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଭାରତ ଉପରେ ମୋଟ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗିବା ଆଶଙ୍କା ରହିଛି । ବର୍ତ୍ତମାନ ଲାଗୁଥିବା ୮ ପ୍ରତିଶତ ଶୁଳ୍କ ସହ ଅତିରିକ୍ତ ୧୭ ପ୍ରତିଶତ ଟାରିଫ୍ ଲଗାଇବାକୁ ପ୍ରସ୍ତାବ ରହିଛି। ଅନ୍ୟପଟେ ଚୀନ୍ ଉପରେ ସର୍ବାଧିକ ୪୦ ପ୍ରତିଶତ ଶୁଳ୍କ ଲାଗିପାରେ ।

ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚୀନ୍, ବାଂଲାଦେଶ, କାମ୍ବୋଡିଆ, ୟୁରୋପୀୟ ସଂଘ, ଭାରତ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ସିଙ୍ଗାପୁର, ସ୍ୱିଜରଲ୍ୟାଣ୍ଡ, ତାଇୱାନ, ଥାଇଲ୍ୟାଣ୍ଡ ଓ ଭିଏତନାମ ଭଳି ୧୪ଟି ଦେଶ ଉପରେ ଶୁଳ୍କ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି । ୧୬ଟି ଦେଶ ବିରୋଧରେ ଆମେରିକା କରିଥିବା ୮ ମାସର ତଦନ୍ତ ଶେଷ ହେବା ପରେ ଟ୍ରମ୍ପ ଏହି ପ୍ରସ୍ତାବ ଦେଇଛନ୍ତି ।

Leave A Reply

Your email address will not be published.