ନୂଆଦିଲ୍ଲୀ(ଆମ ଟିଭି): ଆଜିର ଦିନରେ ଜାମ୍ମୁ-କାଶ୍ମୀରରେ ହୋଇଥିଲା ପୁଲୱାବା ଆକ୍ରମଣ । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରିଲା ୪ ବର୍ଷ । ସହିଦଙ୍କୁ ମନେ ପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ପୁରା ଭାରତ । ବ୍ଲାକ ଡେ’ ପାଳୁଛନ୍ତି ଦେଶବାସୀ । ବୀରପୁତ୍ରଙ୍କୁ ବଳିଦାନକୁ ମନେ ପକାଇଲେ ଆଖିରୁ ଆପେ ଆପେ ଲୁହ ଝରିଆସୁଛି । ୧୪ ଫେବ୍ରୁଆରୀ ୨୦୧୯ରେ ସିଆରପିଏଫ୍ ଉପରେ ଆକ୍ରମଣ କରି ଆତଙ୍କବାଦୀ ଦେଇଥିଲେ ବଡ଼ ଝଟ୍କା । ୧୨ ଦିନରେ ଦେଶ ୪୦ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ସତ, ହେଲେ ଆଜିବି ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ଆକ୍ରମଣ କଥା ମନେ ପଡ଼ିଲେ ସବୁ ଭାରତୀୟଙ୍କ ରକ୍ତ ଗରମ ହୋଇଯାଏ ।
୧୪ ଫେବ୍ରୁଆରୀ ୨୦୧୯, ଅପରାହ୍ନ ୩ଟା । ଜୈସ ଏ- ମ ହମ୍ମଦର ଆତଙ୍କବାଦୀ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ସିଆରପିଏଫ୍ ଯବାନଙ୍କ ବିସ୍ଫୋରକ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ସିଆରପିଏଫର ପ୍ରାୟ ୨୫ଶହ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଘଟିଥିଲା ଛାତିଥରା ଘଟଣା ।