ଘନଶ୍ୟାମ ମହାପାତ୍ର ପାଇଲେ ଜୟଦେବ ପୁରସ୍କାର

0

ଭୁବନେଶ୍ୱର: ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଗଲା। ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆଜି ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୧୯ ମସିହା ପାଇଁ ଜୟଦେବ ପୁରସ୍କାର ପାଇଲେ ଘନଶ୍ୟାମ ମହାପାତ୍ର। ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘କାଲିର ଅତୀତ’ ପୁରସ୍କୃତ ହୋଇଛି। ଠିକ୍‌ ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳମାଧବ ପଣ୍ଡା, ଶ୍ରେଷ୍ଠ ଅଭିନେତା ଭାବେ ପୀତବାସ ତ୍ରିପାଠୀ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶିବାନୀ ଷଡ଼ଙ୍ଗୀ, ଶ୍ରେଷ୍ଠ କାହାଣୀକାର ଭାବେ ସ୍ୱର୍ଗତ କପିଳେଶ୍ୱର ମହାପାତ୍ର, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ରାଜୁ ମିଶ୍ର, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ୱୟମ୍‌ ପାଢୀ(ଦେଖା ହେଲା ପ୍ରେମ ହେଲା) ପୁରସ୍କୃତ ହୋଇଛନ୍ତି।

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଦୀପ୍ତିରେଖା ପାଢୀ(ଫ୍ରମ୍ ମି ଟୁ ୟୁ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ବବି ମିଶ୍ର, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ବନିତା ନାଗ, ଶ୍ରେଷ୍ଠ ହାସ୍ୟ କଳାକାର ଭାବେ ହରିହର ମହାପାତ୍ର, ଶ୍ରେଷ୍ଠ ଗୀତିକାର ଭାବେ ପ୍ରଦୀପ୍ତ ଚାନ୍ଦ ପୁରସ୍କୃତ ହୋଇଛନ୍ତି।

Leave A Reply

Your email address will not be published.