ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ ଖଣ୍ଡନ କଲା ବାରାଣସୀ ବିମାନବନ୍ଦର
ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିମାନକୁ ସୋମବାର ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ଦିଆଯାଇ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏହି ଅଭିଯୋଗକୁ ସୋମବାର ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦର ପକ୍ଷରୁ ଖଣ୍ଡନ କରାଯାଇଛି।
କଂଗ୍ରେସ ନେତା ଅଜୟ ରାୟ ଅଭିଯୋଗ ଆଣି କହିଥିଲେ ଯେ ‘ବିମାନବନ୍ଦରର କର୍ତ୍ତୃପକ୍ଷ ଚାପରେ ଆସି ରାହୁଲ ଗାନ୍ଧୀଙ୍କ ବିମାନକୁ ଅବତରଣ ଅନୁମତି ଦେଇନଥିଲେ। ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଏକ ବାହାନା ଭାବେ ବ୍ୟବହାର କରିଥିଲେ। ରାହୁଲଙ୍କ ବିମାନ ସୋମବାର ରାତିରେ ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦରରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଜାଣିଶୁଣି ବିମାନଟିକୁ ଅବତରଣ ପାଇଁ ଅନୁମତି ଦିଆଯାଇନଥିଲା।’