ମୁମ୍ବାଇ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର

0

ମୁମ୍ବାଇ (ଆମ ଟିଭି): ଖରାଦିନ ଆରମ୍ଭ ନହେଉଣୁ ପ୍ରଚଣ୍ଡ ତାତି ଦେଖିବାକୁ ମିଳିଲାଣି । ଆଉ ଏହାର ପ୍ରମୁଖ କାରଣ ହେଉଛି ପ୍ରଦୂଷଣ । ଆଇକ୍ୟୁଆର ର୍ୟାଙ୍କି ରିପୋର୍ଟ ମୁତାବକ, ମୁମ୍ବାଇ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର । ଏଠାରେ ନିଶ୍ୱାସ ନେବା ବି ଲୋକଙ୍କ ପାଇଁ କଷ୍ଟକର ହେଉଛି ।

ମୁମ୍ବାଇବାସୀ ଅଧିକ ସ୍ୱଚ୍ଛନ୍ଦରେ ପ୍ରଶ୍ୱାସ ନେଇପାରୁଥିବେ। କିନ୍ତୁ ସ୍ୱିସ୍ ଏୟାର୍ ଟ୍ରାକିଂ ଇଣ୍ଡେକ୍ସ ଆଇକ୍ୟୁ ଏୟାର୍ ଅନୁସାରେ ଜାନୁଆରୀ ୨୯ରୁ ଫେବ୍ରୁଆରୀ ୮ ଭିତରେ ସାପ୍ତାହିକ ବିଶ୍ବ ରାଙ୍କିଂରେ ମୁମ୍ବାଇ ଥିଲା ବିଶ୍ୱର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ମହାନଗରୀ। ଜାନୁଆରି ୨୯ରେ ଆଇକ୍ୟୁଏୟାର୍ ରାଙ୍କିଂରେ ମୁମ୍ବାଇ ୧୦ ନମ୍ବରରେ ଥିବା ବେଳେ ଫେବ୍ରୁଆରି ୨ ବେଳକୁ ଏହା ସବୁଠାରୁ ତଳକୁ ଅର୍ଥାତ୍ ୧ ନମ୍ବରକୁ ଖସିଯାଇଥିଲା। ତା’ ପର ସପ୍ତାହରେ ଫେବ୍ରୁଆରି ୮ରେ ଏହା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ଫେବ୍ରୁଆରି ୧୩ ତାରିଖରେ ବାୟୁମାନ ଦୃଷ୍ଟିରୁ ଏହା ଦିଲ୍ଲୀକୁ ପଛରେ ପକାଇ ବିଶ୍ବର ସବୁଠାରୁ ଅସ୍ୱାସ୍ଥ୍ୟକର ତୃତୀୟ ମହାନଗରୀରେ ପରିଣତ ହୋଇଥିଲା।

Leave A Reply

Your email address will not be published.