ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଚେଲା କୁମାର

0

ଭୁବନେଶ୍ୱର (ଆମ ଟିଭି): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏହାରି ଭିତରେ ଏହି ଘଟଣାକୁ ୧୮ ଦିନ ବିତିଲାଣି । କିନ୍ତୁ ଏପର୍ୟ୍ୟନ୍ତ ତାଙ୍କୁ କାହିଁକି ଗୁଳି ମାରି ହତ୍ୟା କରାଗଲା ତାହା ରହସ୍ୟରେ ରହିଛି । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ବି ମୁହଁ ଖୋଲୁନି । ନବ ଦାସଙ୍କ ହତ୍ୟାକାରୀ କୁହାଯାଉଥିବା ଅଭିଯୁକ୍ତ ଗୋପାଳ ବି କାହିଁକି ମାରିଲା ସ୍ପଷ୍ଟ କରି ପାରୁନି କ୍ରାଇମବ୍ରାଂଚ । ଆଉ ଏସବୁ ଭିତରେ ପୁଣି ଥରେ ତେଜିଛି ରାଜନୈତିକ ବୟାନବାଜି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ପ୍ରଭାରୀ ଚେଲାକୁମାର ।

ଶାସକ ଦଳଙ୍କ ନେତାଙ୍କ ଉଦେଶ୍ୟରେ କହିଛନ୍ତି, ନବ ଦାସଙ୍କ ଭଳି ଅବସ୍ଥା କାହାର ବି ହୋଇପାରେ । ଆଜି ନବ ତ କାଲି ଆଉ କିଏ । ଯେଉଁମାନେ ସତ ସାମନାକୁ ଆଣିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ସ୍ୱରକୁ ଚପାଇ ଦେବା ପାଇଁ ଉଦ୍ୟମ କରାଯାଉଛି । ଏଥିସହ ସହ ଏଏସଆଇ ଗୋପାଳ ମାରିନି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଆଗାମି ଦିନରେ ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାନସଭାରେ ଉଠାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.