ଅଗ୍ନିବୀରଙ୍କ ପାଇଁ ଖୁସିଖବର: ୪ ବର୍ଷ ପରେ ମଧ୍ୟ ସେନାରେ ରହିବେ ଯବାନ

0

ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ 2022 ମସିହାରେ ଆରମ୍ଭ କରାଯାଇଥିବା ‘ଅଗ୍ନିପଥ ଯୋଜନା’ରେ ବଡ଼ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବା ପ୍ରଥମ ବ୍ୟାଚ୍ର ଅଗ୍ନିବୀରମାନଙ୍କ ସେବା ଅବଧିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର ସରକାର ପ୍ରଥମ ବ୍ୟାଚ୍ର କିଛି ଅଗ୍ନିବୀରଙ୍କୁ 2 ବର୍ଷର ଅତିରିକ୍ତ ସେବା ପ୍ରସାର (ଏକ୍ସଟେନ୍ସନ) ଦେବା ପ୍ରସ୍ତାବ ଉପରେ ମୋହର ମାରିବାକୁ ଯାଉଛନ୍ତି। ଏହି ନୂତନ ପଦକ୍ଷେପକୁ ‘ସେକେଣ୍ଡ ଟୁର୍‌ ଅଫ ଡ୍ୟୁଟି’ ନାମ ଦିଆଯାଇଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଚୟନିତ ଅଗ୍ନିବୀରମାନେ 4 ବର୍ଷ ବଦଳରେ ମୋଟ 6 ବର୍ଷ ପର୍ଯ୍ୟନ୍ତ ସେନାରେ ନିଜର ସେବା ଯୋଗାଇ ପାରିବେ।

ସୂତ୍ର ଏବଂ ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟ ଅନA
ପ୍ରଥମ ବ୍ୟାଚ୍ର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ୱରୁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକମାନଙ୍କରେ ଏହି ବିକଳ୍ପ ସମ୍ପର୍କରେ ବିଚାରବିମର୍ଷ କରାଯାଇଛି। ଏହି ଯୋଜନା ଅଧୀନରେ 25 ପ୍ରତିଶତ ନିୟମିତ କ୍ୟାଡ଼ର ବ୍ୟତୀତ କିଛି ଯବାନଙ୍କୁ ସେବା ପ୍ରସାର (ଏକ୍ସଟେନ୍ସନ) ପ୍ରଦାନ କରିବାର ସମ୍ଭାବନା ଅନେୱଷଣ କରାଯାଉଛି। ଯଦିଓ ଏହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ କେତେଜଣ ଯବାନ ଏହାର ଲାଭ ପାଇବେ ଏବଂ ଚୟନର ମାନଦଣ୍ଡ କ’ଣ ହେବ। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି କରାଯାଇ ନାହିଁ।

ତିନି ସେନାରେ ଭର୍ତ୍ତି ହୋଇଥିବା ପ୍ରଥମ ବ୍ୟାଚ୍ର ଅଗ୍ନିବୀରମାନଙ୍କ କାର୍ଯ୍ୟକାଳର ଓଲଟା ଗଣତି ଆରମ୍ଭ ହୋଇଯାଇଛି। ଭାରତୀୟ ନୌସେନାରେ ପ୍ରଥମ ବ୍ୟାଚ୍ର ଅଗ୍ନିବୀରମାନେ ସର୍ୱପ୍ରଥମେ ନଭେମ୍ୱର 21 ତାରିଖରେ ସେବାମୁକ୍ତ ହେବେ। ଭାରତୀୟ ବାୟୁସେନାର ଅଗ୍ନିବୀରମାନେ ଡିସେମ୍ୱର 21 ତାରିଖରେ ସେମାନଙ୍କର 4 ବର୍ଷର ସେବା ପୂରଣ କରିବେ। ସ୍ଥଳସେନାର ପ୍ରଥମ ବ୍ୟାଚ୍ର ଯବାନମାନେ ଡିସେମ୍ୱର 31, 2026 ରେ ସେବାମୁକ୍ତ ହେବାକୁ ଯାଉଛନ୍ତି। ଏହା ବିଶ୍ୱାସ କରାଯାଉଛି ଯେ ସରକାର ଏହି ସେବା ପ୍ରସାର ଏବଂ ନୂତନ ବ୍ୟବସ୍ଥାର ସରକାରୀ ଘୋଷଣା ଶୀଘ୍ର କରିପାରନ୍ତି।

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, 4 ବର୍ଷର ସେବା ପୂରଣ ହେବା ପରେ ମେରିଟ ଏବଂ ପ୍ରଦର୍ଶନ ଆଧାରରେ କେବଳ 25 ପ୍ରତିଶତ ଅଗ୍ନିବୀରଙ୍କୁ ପରମାଣ୍ଟ କ୍ୟାଡ଼ର (ସ୍ଥାୟୀ)ରେ ସାମିଲ କରାଯାଇଥାଏ, ଯେତେବେଳେ କି ଅବଶିଷ୍ଟ 75 ପ୍ରତିଶତଙ୍କୁ ଏକମାତ୍ର ସେବା ନିଧି ପ୍ୟାକେଜ ପ୍ରଦାନ କରି ସେବାମୁକ୍ତ କରାଯାଇଥାଏ। ‘ସେକେଣ୍ଡ ଟୁର୍‌ ଅଫ ଡ୍ୟୁଟି’ର ପ୍ରସ୍ତାବ ଏହି 75 ପ୍ରତିଶତ ବର୍ଗ ସହିତ ଜଡ଼ିତ। ସେବାମୁକ୍ତ ହେଉଥିବା 75 ପ୍ରତିଶତ ଯବାନଙ୍କ ମଧ୍ୟରୁ ଏକ ର୍ନିଦ୍ଦିଷ୍ଟ ଅଂଶକୁ ଆହୁରି 2 ବର୍ଷ ସେବା ଯୋଗାଇବାର ବିକଳ୍ପ ଦିଆଯିବ।

ସେନାକୁ ଅଭିଜ୍ଞ ଯବାନଙ୍କ ନିରନ୍ତର ଆବଶ୍ୟକତା ରହିଥାଏ। ଏହି ବ୍ୟବସ୍ଥା ଦ୍ୱାରା ସେନାକୁ ପୂର୍ୱରୁ ପ୍ରଶିକ୍ଷିତ ଯବାନଙ୍କ ସେବା ଅତିରିକ୍ତ 2 ବର୍ଷ ପର୍ଯ୍ୟନ୍ତ ମିଳିପାରିବ, ଏଥିସହିତ ଯୁବବର୍ଗଙ୍କୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶ ସେବା କରିବାର ସୁଯୋଗ ମିଳିବ।

ବର୍ତ୍ତମାନ ଏହି ପ୍ରସ୍ତାବ ଉଚ୍ଚସ୍ତରୀୟ ସ୍ତରରେ ବିଚାରାଧୀନ ରହିଛି। ଏକ୍ସଟେନ୍ସନ କେଉଁ ବିଶେଷ ଟ୍ରେଡ କିମ୍ୱା ବର୍ଗରେ ଦିଆଯିବ ଏବଂ ଏହାର ଚୟନର ଚୂଡ଼ାନ୍ତ ସର୍ତ୍ତାବଳୀ କ’ଣ ହେବ, ସେନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ମାର୍ଗଦର୍ଶିକା ଜାରି ହେବା ଏବେବି ବାକି ଅଛି। ନୌସେନାର ପ୍ରଥମ ବ୍ୟାଚ୍ର କାର୍ଯ୍ୟକାଳ ନଭେମ୍ୱର 21 ତାରିଖରେ ପୂରଣ ହେବାକୁ ଯାଉଛି, ତେଣୁ ଏହି ନିୟମ ଉପରେ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ଆଶା କରାଯାଉଛି।

Leave A Reply

Your email address will not be published.