ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ: ଘରେ ରହି କାମ କରିବାକୁ କାର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା ଅଫିସ

0

ମୁମ୍ବାଇ (ଆମ ଟିଭି): ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ ୩ ଦିନ ଧରି ଜାରି ରହିଛି । ବିବିସିର ମୁମ୍ବାଇ ଓ ଦିଲ୍ଲୀ କାର୍ଯ୍ୟାଳରୟରେ ଫେବୃଆରୀ ୧୪ ତାରିଖରୁ ଚଢାଉ ଜାରି ରଖିଛି ଆୟକର ବିଭାଗ । ଇଣ୍ଟରନ୍ୟାସନାଲ ଟ୍ୟାକ୍ସ ହେରଫେର ମାମଲାରେ ଏହି ଚଢାଉ କରାଯାଉଥିବା କଥା ଆୟକର ବିଭାଗ ତରଫରୁ କୁହାଯାଇଛି । ଚଢାଉ ଆରମ୍ଭରୁ ଆଜି ପର୍ୟ୍ୟନ୍ତ ବିବିସି ତରଫରୁ ଗୋଟିଏ କଥା କୁହାଯାଇଛି କି, ଆମେ ଚଢାଉରେ ସହଯୋଗ କରୁଛୁ ଓ ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ।

ସେପଟେ ଆଗାମୀ ନୋଟିସ ପର୍ୟ୍ୟନ୍ତ କମ୍ପାନୀ ତାର କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛି । ସାନ୍ତାକ୍ଲୋଜ ନିକଟରେ ଥିବା ବିବିସିର କାର୍ୟ୍ୟାଳୟରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଚଢାଉରେ ସାମିଲ ଥିବା ଆୟକର ବିଭାଗର ଅଧିକାରୀମାନେ କମ୍ପାନୀର ଆକାଉଣ୍ଟସ ଯାଂଚ କରୁଛନ୍ତି । ଏହାସହ ୩ ଦିନ ଧରି ଚଢାଉ ଜାରି ରଖିବାକୁ ଅନୁମତି ଥିବା କଥା ଆୟକର ବିଭାଗ ତରଫରୁ ବିବିସିକୁ ନୋଟିସ କରିଛି । ସେପଟେ ବିବିସି କାର୍ୟ୍ୟାଳୟ ଉପରେ ଯେଉଁ ସମୟରେ ଚଢାଉ କରାଗଲା ତାହାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି ।

 

Leave A Reply

Your email address will not be published.