ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତକ ଶର୍ମା

0

ଷ୍ଟିଙ୍ଗ୍ ଅପରେସନ୍‌ରେ ଫସି ବିବାଦୀୟ ହୋଇପଡ଼ିଥିବା ପୂର୍ବତନ କ୍ରିକେଟର ଚେତନ ଶର୍ମା ବସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ ତାଙ୍କ ଇସ୍ତଫାପତ୍ର ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ନିକଟକୁ ପଠାଇ ଦେଇଥିବା ବେଳେ ତାକୁ ଗ୍ରହଣ କରି ନିଆଯାଇଛି ବୋଲି ଜଣାଯାଇଛି।

ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ୍‌ରେ ଚେତନ ଶର୍ମା ଭାରତୀୟ କ୍ରିକେଟରଙ୍କ ବିଷୟରେ ଅନେକ କଥା କହିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଥିଲେ ଯେ ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବାକୁ ଇଞ୍ଜେକ୍ସନ ନିଅନ୍ତି। ଆହତ ଥିବା ସତ୍ତ୍ୱେ ଟିମ୍ ଚୟନ ବେଳେ ଫିଟ୍ ରହିବାକୁ ସେମାନେ ଇଞ୍ଜେକ୍ସନ ଉପରେ ନିର୍ଭର କରନ୍ତି। ଟିମ୍ ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ୍ ନଥା’ନ୍ତି। କିନ୍ତୁ ସେମାନଙ୍କୁ ଦଳରେ ରଖିବାକୁ ଅନୁରୋଧ କରାଯାଇଥାଏ। ତାରକା ଖେଳାଳିମାନେ ସଂପୂର୍ଣ୍ଣ ସୁସ୍ଥ ନଥିଲେ ବି ଏନ୍‌ସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ।

ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ମଧ୍ୟ ଚେତନ ଶର୍ମା ପ୍ରତିକ୍ରିୟା ଦେଇଥିଲେ। କୋହଲି ଏବେ କୌଣସି ଫର୍ମାଟ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଉ ନଥିଲେ ମଧ୍ୟ, ତାଙ୍କ କଥାରେ ସବୁ ହେଉଛି। ରୋହିତ ଅଧିନାୟକ ହୋଇଥିଲେ ବି କୋହଲି ସବୁ ନିଷ୍ପତ୍ତି ନେଉଛନ୍ତି। ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ନାହିଁ। ସେମାନଙ୍କ ମଧ୍ୟରେ ଅହଙ୍କାର ରହିଛି। ଏହି ଅହଙ୍କାର ଓ ଭୁଲ୍ ବୁଝାମଣା ଯୋଗୁ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ସେ କହିଥିଲେ।

Leave A Reply

Your email address will not be published.