ମୁମ୍ବାଇ(ଆମ ଟିଭି): ଏକନାଥ ସିନେ୍ଧ ଗୋଷ୍ଠୀଙ୍କୁ ଶିବସେନାର ଧନୁତୀର ଚିହ୍ନ ମିଳିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏନେଇ ଆଜି ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଥିବା ବେଳେ ସଂଜୟ ରାୱତ ଏକ ବଡ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ନିର୍ବାଚନ ଚିହ୍ନ ଓ ଦଳର ନାମ ପାଇବାକୁ ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ହୋଇଛି । ଏଥିରେ ୨ହଜାର କୋଟି ଟଙ୍କାର କାରବାର ହୋଇଥିବା କଥା ସଂଜୟ ରାୱତ ଅଭିଯୋଗ ଆଣିଛନ୍ତି ।
ସଂଜୟ ରାୱତ ଦାବି କରିଛନ୍ତି କି, ଏହି କଥା ଶତ ପ୍ରତିଶତ ସତ୍ୟ । ଖୁବଶୀଘ୍ର ଏହି ଦାବି ଉପରେ ପ୍ରମାଣ ଦେବେ ବୋଲି ସେ କହିଛନ୍ତି । ସେ କହିଛନ୍ତି କି ଏହା ପୂର୍ବରୁ ଦେଶ ଇତିହାସରେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ଏହାର ପରିଣାମ ସିନ୍ଦେ ଗୋଷ୍ଠୀକୁ ଭୋଗିବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ମାମଲାରେ ସଂଜୟ ରାୱତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଅମିତ ଶାହାଙ୍କ କଥା ମହାରାଷ୍ଟ୍ରବାସୀ କେବେ ବି ଗମ୍ଭୀରତାର ସହ ନେଇ ନାହାଁନ୍ତି । ତେଣୁ ଦଳୀୟ ଚିହ୍ନ ଓ ନାମ ହାତେଇବାରେ କିଏ ଜିତିଲା ଓ କିଏ ହାରିଲା ତାହା ମହାରାଷ୍ଟ୍ରବାସୀଙ୍କ ଉପରେ କିଛି ଫଋଳ ପକାଇବ ନାହିଁ । ଏହାସହ ସେ ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ରାହୁଲ ଗାନ୍ଧୀ ଯାହା ପ୍ରଶ୍ନ କରୁଛନ୍ତି ତାହା ଦେଶର ପ୍ରଶ୍ନ ।