ଚିଟଫଣ୍ଡ ଠକେଇ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

0

ନୂଆଦିଲ୍ଳୀ(ଆମ ଟିଭି): ଚିଟଫଣ୍ଡ ଠକେଇ ମାମଲା ଉପରେ ଏବେ ସମସ୍ତଙ୍କର ନଜର । ଏହି ମାମଲା ଏବେ ସୁପ୍ରିକକୋର୍ଟରେ ବିଚରାଧିନ ରହିଛି । ଏହାରି ଭିତରେ ଚିଟ ଫଣ୍ଡ ଠକେଇ ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇପାରନ୍ତି । ଗତ ଜାନୁଆରୀ ୧୬ ତାରିଖରେ ମାମଲାର ଶୁଣାଣି ହୋଇଥିଲା ।

ସେତେବେଳେ ସୁପ୍ରିମକୋର୍ଟ ଜମାକାରୀଙ୍କୁ କାହିଁକି ଟଙ୍କା ଫେରସ୍ତ କରାଯାଇନାହିଁ, ସେ ନେଇ ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏଯାଏଁ ସୁପ୍ରିମକୋର୍ଟଙ୍କ ପାଖରେ ଜବାବ ଦାଖଲ କରାଯାଇନାହିଁ । ବିଚାରପତି ଏମଆର ଶାହା ଓ ବିଚାରପତି ସିଟି ରବି କୁମାରଙ୍କୁ ନେଇ ଖଣ୍ଡପୀଠ ମାମଲାର ଶୁଶାଣି କରିବେ । କେନ୍ଦ୍ର ସରକାର, ଆମିକସ କ୍ୟୁରୀ, ପ୍ରବର୍ତନ ନିର୍ଦ୍ଦେଶାଳୟ, ରାଜ୍ୟ ସରକରେ ଓ ଆବେଦନକାରୀ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ ।

 

Leave A Reply

Your email address will not be published.