ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ

0
ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦିଲ୍ଲୀପ କୁମାର ନାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଜାଲିଆତିପୂର୍ଣ୍ଣ କାର୍ଯ୍ୟକଳାପ ଏବଂ ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଦଳ ପକ୍ଷରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
 
ଦିଲ୍ଲୀପ କୁମାର ନାୟକ ଗତ ୨୦୨୪ ବିଧାନସଭା ନିର୍ବାଚନରେ ପୁରୀ ଜିଲ୍ଲାର ନିମାପଡ଼ା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ।
 
ଏହି ନିଲମ୍ବନ ନିଷ୍ପତ୍ତି ପରେ ରାଜ୍ୟ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
Leave A Reply

Your email address will not be published.