ପାକିସ୍ତାନରେ ରହି ପାକିସ୍ଥାନକୁ ମୁହଁ ତୋଡ ଜବାବ ଦେଲେ ଜାବେଦ

0

ନୂଆଦିଲ୍ଲୀ : ପାକିସ୍ତାନକୁ ଆଇନା ଦେଖାଇଲେ ବଲିଉଡର ଜଣାଶୁଣା ସଙ୍ଗୀତକାର ଜାବେଦ ଅଖତର। ପାକିସ୍ତାନରେ ଥାଇ ପାକିସ୍ତାନୀଙ୍କୁ ମନେ ପକାଇଦେଲେ ୨୬/୧୧ ମୁମ୍ବାଇ ଆକ୍ରମଣ କଥା। ଦେଲେ ମୁହଁତୋଡ଼ ଜାବାବ। ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଏବେ ବି ପାକିସ୍ତାନରେ ଖୋଲାରେ ବୁଲୁଥିବା ନେଇ ସେ ଆଣିଲେ ଅଭିଯୋଗ।

ନିକଟରେ ଜାବେଦ ଅଖତର ଫୈଜ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିଲେ। ଏହାକୁ ଅଲ୍‌ହାମରା ଆର୍ଟସ କାଉନ୍‌ସିଲ୍ ଲାହୋର୍‌ରେ ଆୟୋଜିତ କରିଥିଲା। ରବିବାର ଦିନ ଏହି ଫେଷ୍ଟିଭାଲ ଉଦ୍‌ଯାପିତ ହୋଇଥିଲା। ତେବେ ଶେଷରେ ଦିନରେ ଜାବେଦ ଅଖତର ପାକିସ୍ତାନୀଙ୍କ ଗହଣରେ ରହି ପାକିସ୍ତାନକୁ ଦେଖାଇଛନ୍ତି ଆଇନା। ସେ ମୁମ୍ବାଇ ୨୬/୧୧ ଆକ୍ରମଣକୁ ନେଇ ପାକିସ୍ତାନୀଙ୍କୁ ଟାର୍ଗେଟ୍ କରିଛନ୍ତି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପାକିସ୍ତାନ ଓ ଭାରତ ମଧ୍ୟରେ ଥିବା ତିକ୍ତତା କମ୍ କରିବା ବିଷୟରେ ଜାବେଦ ଆଲୋଚନା କରିଛନ୍ତି। ଫେଷ୍ଟିଭାଲରେ ଯୋଗ ଦେଇଥିବା ଲୋକଙ୍କୁ ସେ ଭାରତୀୟଙ୍କ ମନରେ ଏବେବି ଅସନ୍ତୋଷ ରହିଛି ବୋଲି କହିଛନ୍ତି।

Leave A Reply

Your email address will not be published.