ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଜେପିର ବିକ୍ଷୋଭ: ରଣକ୍ଷେତ୍ର ପାଲଟିଲା ଗାନ୍ଧୀ ମାର୍ଗ

0

ଭୁବନେଶ୍ୱର (ଆମ ଟିଭି): ଲୋୟର ବିଏମଜିରେ ଗର୍ଜିଲା ବିଜେପି । ଓଡ଼ିଶାରେ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଜେପି ଆଜି ବିଧାନସଭା ଘେରିବାକୁ ଉଦ୍ୟମ କରିଥିଲା । ଲୋୟର ପିଏମଜିରେ ବିଧାନସଭା ଘେରିବାକୁ ଯିବା ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁରା ଋଣକ୍ଷେତ୍ର ପାଲଟିଥିଲା ଗାନ୍ଧୀ ମାର୍ଗ ।

ନବୀନ ପଟ୍ଟନାୟକ ହାଏ ହାଏ ନାରାରେ ପ୍ରକମ୍ପିତ ହୋଇଥିଲା ଲୋୟର ପିଏମଜି । ଶେଷରେ ପରିସ୍ଥିତି ଅଣାୟତ ହେବାରୁ ବିଜେପି ଯୁବମୋର୍ଚ୍ଚା ଉପରେ ପୋଲିସ ଲାଠିମାଡ଼ କରିଛି । ଧସ୍ତାଧସ୍ତିରେ କିଛି ପୋଲିସ କର୍ମୀ ଓ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି । ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ତଦନ୍ତର ପ୍ରକ୍ରିିୟା ଓ ସିବିଆଇ ତଦନ୍ତ ଦାବିରେ ଆଜି ବିଧାନସଭା ଘେରାଉ କରିଛି ବିଜେପି ଯୁବମୋର୍ଚ୍ଚା ।

 

Leave A Reply

Your email address will not be published.