ଦିଲ୍ଲୀ ଆପକୁ ଝଟକା ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଏବଂ ଖୁବଶୀଘ୍ର କ୍ୟାବିନେଟରେ ପରିବର୍ତ୍ତନ କରି ନୂଆ ମନ୍ତ୍ରୀଙ୍କୁ ସାମିଲ କରିପାରନ୍ତି।

ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦୁର୍ନୀତି ଅଭିଯୋଗରେ ଜେଲରେ ଅଛନ୍ତି। ଏହି ଦୁଇମନ୍ତ୍ରୀ ୧୮ଟି ମନ୍ତ୍ରାଳୟର ଦାୟିତ୍ୱରେ ଥିଲେ।

ପୂର୍ବରୁ ଦୁର୍ନୀତି ଅଭିଯୋଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଜୈନ ଗିରଫ ହୋଇଥିବା ବେଳେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ରବିବାର ଗିରଫ କରାଯାଇଥିଲା। ଗିରଫ ନେତାମାନେ କାହିଁକି ଦିଲ୍ଲୀ ସରକାରରେ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିବା ପରେ ‘ଆପ୍‌’ର ଗିରଫ ହୋଇ ଜେଲରେ ଥିବା ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ କ୍ୟାବିନେଟରେ ଏବେ ୫ ଜଣ ମନ୍ତ୍ରୀ ଅଛନ୍ତି।

Leave A Reply

Your email address will not be published.