ଆଇପିଏଲ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜରସ

0

ମୁମ୍ବାଇ(ଆମ ଟିଭି): ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜରସ। ପ୍ରଥମ ଆଇପିଏଲ୍ ଟ୍ରଫିର ସ୍ୱପ୍ନ ପୂରଣ କରିବା ପାଇଁ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ଆଜି କର ବା ମର ସ୍ଥିତିରେ ରହିବ । ଅନ୍ୟପଟେ ୨୦୦୮ରେ ଚାମ୍ପିଅନ୍ ହୋଇଥିଲା ରାଜସ୍ଥାନ । ଦୀର୍ଘ ୧୩ ବର୍ଷ ପରେ ଦ୍ୱିତୀୟ ଥର ବିଜୟୀ ହେବା ପାଇଁ ରାଜସ୍ଥାନ ଜୀ-ଜାନ୍ ଲଗାଇ ଲଢିବ। ଦ୍ୱିତୀୟ କ୍ୱାଲିଫାୟରରେ କୋହଲୀଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ଲକ୍ଷ୍ନୌ ବିପକ୍ଷ ଏଲିମିନେଟରରେ ନିଜ ଆଇପିଏଲ କ୍ୟାରିୟରରେ ଶ୍ରେଷ୍ଠ ପାଳି ଖେଳିଥିବା ରଜତ ପଟିଦାରଙ୍କ ଉପରେ ମଧ୍ୟ ଆଜି ସମସ୍ତଙ୍କ ନଜର ରହିବ । ଗୁଜୁରାଟ ଦଳ ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବାରୁ ଆଜିର ବିଜୟୀ ଦଳ ରବିବାର ଗୁଜୁରାଟ ସହ ଫାଇନାଲ ଖେଳିବ। ସେପଟେ ରାଜସ୍ଥାନ ରୟାଲ୍ସ ମଧ୍ୟ ପିଜର ରଣକୌଷଳକୁ ପୂର୍ବପରି ବଳବତ୍ତର ରଖିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.