ପ୍ରଧାନମନ୍ତ୍ରୀଙ୍କୁ ବିବାହ ନିମନ୍ତ୍ରଣପତ୍ର ଦେଲେ କ୍ରିକେଟର୍ ରିଙ୍କୁ ସିଂହ

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟ୍‌ମ୍ୟାନ୍ ରିଙ୍କୁ ସିଂହ ଆସନ୍ତା ଡିସେମ୍ବର ୪ ତାରିଖରେ ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ ହେବାକୁ ଥିବା ତାଙ୍କ ବିବାହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ବ୍ୟକ୍ତିଗତ ଭାବେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି। ପରିବାରବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଇଥିବା ବେଳେ ଏହି ହାଇ-ପ୍ରୋଫାଇଲ୍ ବିବାହ ସମାରୋହରେ କ୍ରିକେଟ୍ ଏବଂ ରାଜନୀତି ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯାଗଦେବାର ସମ୍ଭାବନା ରହିଛି। ରିଙ୍କୁ ନିଜ ପରିବାର ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବ୍ୟକ୍ତିଗତ ଭାବେ ତାଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି।

ସାକ୍ଷାତକାରର ଏକ ଫଟୋ ସୋସିଆଲ୍ ମିଡିଆରେ ଶେୟାର କରି ରିଙ୍କୁ ନିଜ କୃତଜ୍ଞତା ବ୍ୟକ୍ତ କରିବା ସହିତ ଏହାକୁ ନିଜ ପରିବାର ପାଇଁ ଏକ ସ୍ୱତନ୍ତ୍ର ମୂହୂର୍ତ୍ତ ବୋଲି କହିଛନ୍ତି। ଏହା ପୂର୍ବରୁ ଏହି କ୍ରିକେଟର୍‌ଙ୍କ ପରିବାର ସଦସ୍ୟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ବିବାହର ନିମନ୍ତ୍ରଣ ଦେଇଥିଲେ। ରିଙ୍କୁଙ୍କ ମା’ ବୀନା ଦେବୀ, ଭାଇ ସୋନୁ ସିଂହ ଏବଂ ଭଉଣୀ ନେତା ସିଂହ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଆବାସ ଯାଇ ଯୋଗୀ ଆଦିତ୍ୟନାଥଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣପତ୍ର ପ୍ରଦାନ ସହ ଡିସେମ୍ବର ୪ ତାରିଖରେ ଲକ୍ଷ୍ନୌରେ ହେବାକୁ ଥିବା ଏହି ବିବାହ ସମାରୋହରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରିଥିଲେ। ରିଙ୍କୁ ଏବଂ ପ୍ରିୟା ସରୋଜଙ୍କ ବିବାଦ ପାଇଁ ଦୁଇ ପରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ବିବାହ ସମାରୋହରେ କ୍ରିକେଟ୍ ଏବଂ ରାଜନୀତି ଜଗତର ବହୁ ପ୍ରମୁଖ ହସ୍ତୀ ସାମିଲ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.